ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ‘ଗାନ୍ଧିଜୀ ଓ ଭାଷାନୀତି’ ଆଲୋଚନାଚକ୍ର

ବାଲେଶ୍ୱର,୩/୧୦(କୃଷ୍ଣ କୁମାର ମହାନ୍ତି): ମହାତ୍ମା ଗାନ୍ଧୀ ଯେତେବେଳେ ସ୍ବାଧୀନତା ସଂଗ୍ରାମ ପାଇଁ ଲଢ଼େଇ ଆରମ୍ଭ କରିଦେଇଥିଲେ ସେତେବେଳେ ଭାରତର ଭାଷା ପ୍ରଶ୍ନ ତାଙ୍କ ମନକୁ ଆନ୍ଦୋଳିତ କରିଥିଲା ସେ ଭାବିଥିଲେ ଯେ ଇଂରେଜମାନେ ଚାଲିଯିବା ପରେ ଭାରତୀୟମାନଙ୍କ ହାତକୁ ଦେଶ ଶାସନର ଭାର ଚାଲି ଆସିବ ସେହିପରି ଇଂରାଜୀ ଭାଷା ଭାରତରୁ ବିଦାୟ ନେବ ଓ ଭାରୀତୀୟ ଭାଷା ମାଧ୍ୟମରେ ଆମ ଭାଷାକୁ ଶାସନ କରାଯିବ ଦେଶରୁ ଇଂରାଜୀ ସମ୍ପୂର୍ଣ୍ଣ ଭାବରେ ବିଦାୟ ନନେଲେ ମଧ୍ୟ ତାର ଆଧିପତ୍ୟ ହ୍ରାସ ପାଇବ, ରାଜ୍ୟମାନଙ୍କରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯିବ ବୋଲି ସେ ଚିନ୍ତା କରୁଥିଲେ ଗାନ୍ଧୀଜୀଙ୍କର ଚିନ୍ତାଧାରାକୁ ସମ୍ମାନ ଦେଇ ଭାରତର ସମ୍ବିଧାନରେ ମଧ୍ୟ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଗାନ୍ଧିଜୀଙ୍କର ଦୂରଦୃଷ୍ଟି ଭାରତରେ ଭାଷାର ବ୍ୟବହାରକୁ ସୁନିୟୋଜିତ ଓ ଯୋଜନାବଦ୍ଧ କରି ପାରିଥିଲା ବୋଲି ‘ଗାନ୍ଧିଜୀ ଓ ଭାଷାଚର୍ଚ୍ଚା’ ଶୀର୍ଷକ ଏକ ଆଲୋଚନାଚକ୍ରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। 

‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ତରଫରୁ ଅନୁଷ୍ଠାନର ପଢ଼ୁଆଁପଦା ସ୍ଥିତ କାର୍ଯ୍ୟାଳୟ ବିନ୍ଦୁବଳୟ ଭବନରେ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ସଭାପତିତ୍ୱରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ବ୍ୟଙ୍ଗକବି ଦୀପକ ବୋଷ ଅତିଥିମାନଙ୍କୁ ମଞ୍ଚ ଆହ୍ବାନ କରିଥିଲେ ସଂପାଦକ ନିବାରଣ ଜେନା ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ପରେ ଡକ୍ଟର ଭାଗୀରଥି ନାୟକଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଏହି ଅବସରରେ ପ୍ରାକ୍ତନ ପ୍ରଧାନମତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କୁ ଶ୍ରଦ୍ଧା ନିବେଦନ କରାଯିବା ସହ ଗାନ୍ଧିଜୀଙ୍କ ସମ୍ପର୍କରେ କଲ୍ୟାଣୀ ନନ୍ଦ ଓ ଅଞ୍ଜଳି ପଣ୍ଡା ସ୍ବରଚିତ କବିତା ଆବୃତ୍ତି କରିଥିଲେ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଶିରୀଶ ଚନ୍ଦ୍ର ଜେନା, ଅବନ୍ତୀ ପ୍ରଧାନ, ‘ପରିଚୟ’ ପତ୍ରିକାର ସଂପାଦିକା ଅରୁଣା ରାୟ, ଅଭିନେତା ନିରଞ୍ଜନ ରାଉତ, ସଂସ୍କୃତଜ୍ଞ ସଞ୍ଜୟ ପଣ୍ଡା, ଅବସରପ୍ରାପ୍ତ ବ୍ୟାଙ୍କ ସଙ୍ଘର ସଭାପତି ରାଜେନ୍ଦ୍ର କୁମାର ରାଉତ, ତପନ ରାୟ, ଶୀତିକଣ୍ଠ ଦୀକ୍ଷିତ ଓ ଶରତ କୁମାର ମହାପାତ୍ର ଗାନ୍ଧିଜୀଙ୍କର ସତ୍ୟପୂର୍ଣ୍ଣ ଜୀବନୀ, ଅହିଂସାକୁ ଗୁରୁତ୍ୱ, ସତ୍ୟାଗ୍ରହ, ସ୍ବଚ୍ଛତାର ପରିପ୍ରକାଶ, ହରିଜନଙ୍କ ପ୍ରତି ଅନୁରାଗ ଓ ସର୍ବୋପରି ମାନବ ସମ୍ବେଦନଶୀଳ ପ୍ରକୃତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ସୁବ୍ରତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ ଏବଂ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ

ଏଠି ଛୁଇଁ ଆମ ସାହିତ୍ୟ ଗ୍ରୁପ୍ ଜଏନ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.