କବିତା : ମୋର ଶାଳୀ ଡାଖିଛେ

ଗହକି ମହକି ବାସ ଉଡୁଚେ
ଆସୁଛେ ଦଶରା ବଲି
ଶଶୁର ଘରକେ ଭେନେଇ ଯିବା
ଡାଖିଛେ ତାର ଶାଳୀ ।।

ପଏସା ପତର ଖଞ୍ଜି ବାଢି
ମାଏଜି ଦୁଆରେ ଠିଆ
ପେଣ୍ଟସାର୍ଟ ପିନ୍ଧି ନନି ଡାଖୁଛେ
ଜଲଦି ଚାଲ ଗୋ ବୁଆ ।।

ଦଦା ବାଇ ମୋର କହିଛନ୍ ମକେ
ଘିନିଦେବେ ନୂଆ କୁରତା
ନାଇଁ ଯଉଁ ବଲି ବା ଗୋ ତୁଇ
ମତେ ନାହିଁ ଭୁରତା ।।

 
ମାଏସି ମା ମୋର ଟାକି ରହିଛେ
ଧରବା ତାର ହାତେ
ଫଳମୂଳ କେ ଶାଗ ଡାଲ କେତେ
ରାନ୍ଧି ଖୁଆବା ଭାତେ ।।

ଚାଲଲା ଗାଡି ପଡଲା ଗିଅର
ବୁଗଲେ ମା ଝି
ଛୁଟି ଆଏଲା ମେନ ରୋଡ଼ କେ
ଦେଇଛନ୍ ଆଁକ ମୁଜି ।।

×××××

ମାମୁ ଶଶୁର ତାର ଭେଟ ପଡ଼ିଛେ
ମାଗୁଛେ କଡା ଫାଇନ
ହେଲମେଟ କେ ପଣେଇ ପିନ୍ଧା
ଲାଗିଛେ ବଡା ଲାଇନ ।।

ମିଶେଇ ଦେଲା ତିରିଶ ହଜାର
ଦେଇଛେ ରସିଦ ଧରେଇ
ଦେଖି କାରିତାର ଫାଇନ କଟା
ମେଏଜି ଯାଉଛେ କେରେଇ ।।

କାହିଁ ପାଏଁସି ଏତକି ଟକାଁ
ଗାଡିକେ ଦେଲା ଛାଡି
ଛୁଆ କେ ଧରି ପଳେଇ ଯାଉଛେ
ହଉଛେ ମାଏଜି ଚିଡି ଚିଡି ।।

ଶଶୁର ଘରକେ ଯିବାର ସପନ
ରହେଲା ତାର ଅଧା
ଝି କାନ୍ଦୁଛେ ମନ ଭରତୁନ
ମାଏଜି କରୁଛେ ହୁଡ଼ା କୁଦା ।।

ଫୁନ ଲଗାଲା ଶାଳୀର ପାସକେ
କହେଲା ଶୁନହୋ କ୍ୟୁଟ ବେବି
ବାଟେ ଧରିଛେ କକା ତମର
ଗାଡି ରଖି ଧରେଇ ଛେ ଚାବି ।।

 
ଆର ବଛର କେ ଯିମୁ ଆମେ
ଘିନଲେ ଗୁଟେ ସାଇକେଲ
ଗାଡି ବୁଗା ଦଶା ପାଇଛେ
ତମର ନାନୀ ହଉଛେ କଲ୍ କଲ୍ ।।

×××××××

କାଗଜ ପତର ଥିଲେ ଆଏଜ
ଶାଳୀର ପାସେ ଥିତା
ଘି ଗୁରସେ ତୁଣ ହାତ
କେତେ ମଜା ହେଇତିଥା ।।

କାନ୍ଦି କୁଟି ରହେଲା ଟାକି
ଆର ବଛରକେ
କାଗଜ ପତର ଠିକ କରବା
ଯିବା ସାଲି ର ଘରକେ ।।

 

ତପନ କୁମାର ସାହୁ

କଳାହାଣ୍ଡି
ମୋ : ୭୩୨୮୦୦୧୫୭୫

——————————————————–

ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.