ଲାଞ୍ଜିଗଡ,୪/୧୦ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ସିକେରକୁପା ଠାରେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ସିକେରକୁପା ସିଆରପିଏଫ ୬୪ ବାଟାଲିୟନ ଓ ସିକେରକୁପା ସରକାରୀ ପ୍ରାଥମିକ ବିଦ୍ୟାଳୟ ମିଳିତ ଉଦ୍ୟମରେ ସ୍ଵଚ୍ଛ ଭାରତ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସିକେରକୁପା ବାଟାଲିୟନ ଦାୟିତ୍ଵ ରେ ଥିବା କମାଣ୍ଡର ଇନ୍ସପେକ୍ଟର ଗୁଣନିଧି ପ୍ରଧାନ ସବ୍ ଇନ୍ସପେକ୍ଟର ଏନ୍ଏମ୍ ପାଣ୍ଡେଙ୍କ ନେତୃତ୍ବରେ ଜବାନମାନେ ସିକେରକୁପା ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ କ୍ୟାମ୍ପ ଭିତରେ ବୃକ୍ଷ ରୋପଣ କରିଥିଲେ ଏଥିରେ ସିକେରକୁପା ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ ।
ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ Odiabart.in