କଳାହାଣ୍ଡି,୪/୧୦ : ଖାଦ୍ୟ ପ୍ରିୟ ଲୋକଙ୍କୁ ନର୍ଲାରେ ସ୍ବାଗତ କରୁଛି ମିର୍ଚୀ ରେଷ୍ଟୁରାଣ୍ଟ । ଆପଣ ଏଠାରେ ସାଙ୍ଗସାଥି ଓ ପରିବାର ସହ ସ୍ପେସାଲ ଡିସ୍ ର ମଜା ଉଠାଇ ପାରିବେ । ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏଠାରେ ସ୍ବତନ୍ତ୍ର ଧ୍ୟାନ ଦିଆ ଯାଉଛି, ଯାହା ପ୍ରଥମ ଦିନରୁ ହିଁ ପରିଳକ୍ଷିତ ହୋଇଛି ।
ଦଶହରାର ଶୁଭ ଅବସରରେ ଗୁରୁବାର ସନ୍ଧ୍ୟାରେ ଏହାର ଶୁଭାରମ୍ଭ କରିଛନ୍ତି ରଞ୍ଜନ କୁମାର ଚାନ୍ଦ । ସୂଚନାଯୋଗ୍ୟ ମିର୍ଚୀ ରେଷ୍ଟୁରେଣ୍ଟର ମାଲିକ ହେଉଛନ୍ତି ନର୍ଲାର ଅନ୍ୟତମ ବିଶିଷ୍ଟ ବ୍ୟକ୍ତି ଯୁଗଳ କିଶୋର ଚାନ୍ଦଙ୍କ ସୁପୁତ୍ର ଅନୁପମ ଚାନ୍ଦ (ବାବୁ ) । ଏଠାରେ ସୁଲଭ ମୂଲ୍ୟରେ ଉନ୍ନତ ମାନର ଇଣ୍ଡିଆନ ଓ ଚାଇନିଜ ଖାଦ୍ୟ ଉପଲବ୍ଧ ହେବ ବୋଲି ଶ୍ରୀଯୁକ୍ତ ଚାନ୍ଦ ପ୍ରକାଶ କରିଛନ୍ତି ।
ଉଦଘାଟନୀ ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଜେଲ ପ୍ରଶାସନିକ ସେବା ଅଧିକାରୀ ଶିବଦାସ ଚାନ୍ଦ, ମୃତ୍ୟୁଞ୍ଜୟ ଚାନ୍ଦ, କିଶୋର ଚାନ୍ଦ, ପରମେଶ୍ୱର ନାୟକ, କ୍ଷିତୀଶ ପୋଢ଼, ସୁଧୀର ଧଙ୍ଗାଡାମାଝୀ, ସାମ୍ବାଦିକ ଦୀପକ ଠାକୁର, ନିରଞ୍ଜନ ଗଉଡ଼ ଓ କର୍ମଚାରୀ ଅବୋଧ ଚାନ୍ଦ, ରାଜେଶ ବଡ଼ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।