‘ଯୁଗଶ୍ରୀ ଯୁଗନାରୀ’ର ଶାରଦୀୟ ସାରସ୍ବତ ସମାରୋହ

“ସାହିତ୍ୟ ପତ୍ରିକା ଦ୍ୱାରା ସମାଜର ନୈତିକତାକୁ ଫେରାଇ ଆଣିହେବ”

ବାଲେଶ୍ୱର,୪/୧୯(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରରୁ ପ୍ରକାଶିତ ପୁରାତନ ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ଶାରଦୀୟ ସାରସ୍ବତ ସମାରୋହ ସ୍ଥାନୀୟ ‘ଆତିଥ୍ୟ’ ସଭାଗୃହରେ ଅନୁଷ୍ଠିତ ହୋଇଛି। ଏଥିରେ ପତ୍ରିକାର ସଂପାଦିକା ମମତା ମହାପାତ୍ର ପୌରୋହିତ୍ୟ କରିଥିଲେ।

Omkar Vasthu
Omkar Vasthu

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ମଧୁମିତା ଦାସ ଯୋଗଦେଇ ସମାଜରେ ନୈତିକତାର ଅଭାବ ଦେଖା ଯାଉଥିବା ବେଳେ ପୁସ୍ତକ ପଢ଼ିବାର ଆଗ୍ରହ ମଧ୍ୟ କମିବାରେ ଲାଗିଛି ବୋଲି କ୍ଷୋଭ ପ୍ରକାଶ କରିବା ସହ ସମାଜ ଏବେ ସଙ୍କଟପୂର୍ଣ୍ଣ ପରିସ୍ଥିତି ଦେଇ ଗତି କରୁଥିବାରୁ ସାହିତ୍ୟ ପତ୍ରିକା ଦ୍ୱାରା ସମାଜକୁ ବଦଳାଇବା ସହ ନୂତନ ଦିଗଦର୍ଶନ, ଚିନ୍ତା ଓ ସଂସ୍କାର ଆଣିବାକୁ ପରାମର୍ଶ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସମ୍ମାନିତ ଅତିଥି ଭାବେ ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ଯୋଗ ଦେଇ କହିଲେ ଯେ, ଯୁଗଯୁଗ ଧରି ନାରୀମାନଙ୍କ ପ୍ରତି ସାହିତ୍ୟରେ ଅନ୍ୟାୟ ଦୃଷ୍ଟିଭଙ୍ଗୀ ପୋଷଣ କରାଯାଇଛି। ଉଭୟ ନାରୀ ଓ ପୁରୁଷଙ୍କ ଆତ୍ମିକ ସାଧନା ଦ୍ୱାରା ହିଁ ସମର୍ଥ ସାହିତ୍ୟ ସୃଷ୍ଟି ହୋଇପାରିବ। ମହିଳା ପତ୍ରିକା ମାଧ୍ୟମରେ ନାରୀ ସଶକ୍ତିକରଣ ହିଁ ମହିଳାମାନଙ୍କର ଏକ ସାରସ୍ବତ ଗଣତାନ୍ତ୍ରିକରଣ ଓ ନାରୀ ପତ୍ରକାରମାନେ ନାରୀମାନଙ୍କ ପ୍ରତି ଅନ୍ୟାୟ ବିରୋଧରେ ପ୍ରତିବାଦର ପରମ୍ପରା ସୃଷ୍ଟି କରିପାରିଛନ୍ତି।

ସମ୍ମାନିତ ଅତିଥି ସୁଶ୍ରୀ ଅରୁଣା ରାୟ ତାଙ୍କ ବକ୍ତବ୍ୟରେ ପତ୍ରିକାର ସଂପାଦକୀୟ, ସାକ୍ଷାତକାର ଓ ସୁବର୍ଣ୍ଣସେତୁ ଭଳି ଗୁଣାମତ୍କ ଲେଖା ‘ଯୁଗଶ୍ରୀ ଯୁଗନାରୀ’ ପତ୍ରିକାକୁ ଏକ ଅନନ୍ୟ ବିଶେଷତ୍ୱ ପ୍ରଦାନ କରିଛି ବୋଲି ପ୍ରଶଂସା କରିଥିଲେ। ସମ୍ମାନିତ ବକ୍ତା ଡକ୍ଟର ମୀନାକ୍ଷୀ ପଣ୍ଡା ନାରୀ ନିର୍ଯ୍ୟାତନା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଆହ୍ବାନ ଦେଇଥିଲେ। ‘ଯୁଗଶ୍ରୀ ଯୁଗନାରୀ’ର ସଂପାଦିକା ମମତା ମହାପାତ୍ର ଶାରଦୀୟ ବନ୍ଧୁମିଳନ ଉତ୍ସବ ଆୟୋଜନର ଲକ୍ଷ୍ୟ ଓ ପତ୍ରିକାର ଗୁଣବତ୍ତା ସମ୍ବନ୍ଧରେ ସୂଚନା ଦେବା ସଂଗେ ସଂଗେ ସମସ୍ତଙ୍କର ସହଯୋଗ ପାଇଁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ। ‘ଯୁଗଶ୍ରୀ ଯୁଗନାରୀ’ର ସହ ସଂପାଦିକା ଡକ୍ଟର ପ୍ରଭାବତୀ ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ‘ଯୁଗଶ୍ରୀ ଯୁଗନାରୀ’ର ପୂଜା ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଏଥର ସଂଖ୍ୟାରେ ବିଶିଷ୍ଟ କବି ମମତା ଦାଶଙ୍କ ସାକ୍ଷାତକାର ସ୍ଥାନିତ ହୋଇଛି। ଡକ୍ଟର କ୍ଷିତୀଶ୍ୱର ଦାଶଙ୍କ ବେଦପାଠ ପରେ ‘ବନ୍ଦେ ଉତ୍କଳ ଜନନୀ’ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଅଧ୍ୟାପକ କମଳାକାନ୍ତ ଦାଶଙ୍କ ମଂଚ ଆହ୍ବାନ ପରେ ପଣ୍ଡିତ ସଂଜୟ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। କଲ୍ୟାଣୀ ନନ୍ଦ ଦୁର୍ଗା ଭଜନ ଓ ଜୟନ୍ତ ପାଣିଗ୍ରାହୀ ଜଗନ୍ନାଥ ଭଜନ ଗାନ କରିଥିଲେ।

ସର୍ବଶ୍ରୀ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି, ଡକ୍ଟର କୁଞ୍ଜ ବିହାରୀ ଧଳ, କବି ରଞ୍ଜନ ବାଗ, କବି ଅଞ୍ଜଳି ପଣ୍ଡା, କବି ମନସ୍ବିନୀ ଦେବୀ, କବି ଜ୍ୟୋସ୍ନା ରାୟ, ପ୍ରତିମା ପଣ୍ଡା ଓ ଗାଳ୍ପିକା ପୁଷ୍ପାଞ୍ଜଳି ନାୟକ ପ୍ରମୁଖ କବିତାପାଠ କରିଥିଲେ। ଗାଳ୍ପିକା ସ୍ମତି ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ଶାରଦୀୟ ଶୁଭକାମନା ଜଣାଇଥିଲେ।

ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.