ସମାଜ’ର ୧୦୦ତମ ପ୍ରତିଷ୍ଠା ଦିବସ ଅବସରରେ ଶତବାର୍ଷିକୀ ପଦଯାତ୍ରା

ସୋନପୁର,୫/୧୦ : ରାଜ୍ୟର ସର୍ବାଧିକ ପ୍ରସାରିତ ନିରପେକ୍ଷ ଖବରକାଗଜ ‘ସମାଜ’ର ୧୦୦ତମ ପ୍ରତିଷ୍ଠା ଦିବସ ଅବସରରେ ‘ସମାଜ’ ଅନୁଷ୍ଠାନ ପକ୍ଷରୁ ସୁବର୍ଣ୍ଣପୁର ଜିଲା ସଦର ମହକୁମାରେ ଜିଲାସ୍ତରୀୟ ଶତବାର୍ଷିକୀ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓ ପରେ ମୁଖ୍ୟଅତିଥି ଅତିରିକ୍ତ ଜିଲାପାଳ ସରତ ଚନ୍ଦ୍ର ପଣ୍ଡା ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ଥାନୀୟ କଚେରିଚକରୁ କସ୍ତୁରି ହୋଟେଲ ଛକ, ମଝିପଡା, ବସଷ୍ଟାଣ୍ଡ ଦେଇ ଟାଉନହଲ ପର୍ଯ୍ୟନ୍ତ ଯାଇଥିଲା । ସମାଜ ପ୍ରତିନିଧି ସ୍ୱାଧିନ କୁମାର ମେହେରଙ୍କ ତତ୍ୱବଧାନରେ ଆୟୋଜିତ ଏହି ପଦଯାତ୍ରାରେ ସମାଜ ସେବି ଶ୍ରୀବତ୍ସ ମଲ୍ଲିକ, ଶିଶୁ ଶୁରକ୍ଷା ଅଧିକାର ପରାମର୍ଶଦାତା ଘାସିରାମ ପଣ୍ଡା, ସାହାରା ଟ୍ରଷ୍ଟ ହାଇସସ୍କୁଲ ର ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର, ଇଂକ୍ଫେଷ୍ଟ ସମ୍ପାଦକ ଅମ୍ବୁଜ ବିହାରି ସତପଥି । ଡ. ଦେବାସିଶ ପାଣ୍ଡିଆ, ରଜିବ ନାୟକ, ଅଧ୍ୟାପକ ସୈାରଭ ଖମାରୀ, ଉଜିତ କୁମାର ବାବୁ, ଦୋଲଗୋବିନ୍ଦ ପଣ୍ଡା ସୋନପୁର ସ୍ୱଚ୍ଛ ଭାରତ ସଂଘର ସଭାପତି ଲକ୍ଷ୍ମୀନାରାଣ ମେହେର, ଇନ୍ଦୁମତି ପୁରୋହିତ, ଅଭିମନ୍ୟୁ କୁଶଳ, ଗରିବ ଲୋଇ, ମନରଞ୍ଜନ ତ୍ରିପାଠି, ଗଣେଷ ମିଶ୍ର, ପ୍ରଫୁଲ୍ଲ ନାଏକ, ଲଡୁକିଶୋର ମଲ୍ଲିକଙ୍କ ସହିତ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନର ବୁଦ୍ଧିଜୀବୀ ଓ କର୍ମକର୍ତା, ସାମ୍ବାଦିକ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Omkar Vasthu
Omkar Vasthu
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.