୬୫ତମ ଜିଲ୍ଳାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

ଜଙ୍ଗଲ ବଞ୍ଚିଲେ ବନପ୍ରାଣୀ ବଞ୍ଚିବେ

ରାୟଗଡ,୫/୧୦ : ରାୟଗଡ ବନଖଣ୍ଡ ସୈାଜନ୍ୟତାରେ ଖଣ୍ଡିୟ ବନ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ୬୫ତମ ଜିଲ୍ଳାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ନିମନ୍ତେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ. ଯୋଗଦାନ କରି ପରିବେଶ ସନ୍ତୁଳନ ସକାଶେ ଜୀବଜନ୍ତୁ ଓ ପ୍ରାଣୀ ଜଗତର ଉପସ୍ଥିତି କେତେ ଅପରିହର୍ଯ୍ୟ ତା’ଉପରେ ସେ ଆଲୋକପାତ କରିଥିବା ବେଳେ ଆମେ ସମସ୍ତେ ନିରୀହ ବନ୍ୟପ୍ରାଣୀଙ୍କ ଉପରେ ସବୁବେଳେ ଦୟାଶୀଳ ହେବାକୁ ପରାମର୍ଶ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ପାରିପାର୍ଶ୍ବିକ ପରିସ୍ଥିତରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ, ବଂଶବୃଦ୍ଧି ଓ ତାଙ୍କ ସୁରକ୍ଷାକୁ ନେଇ ଏହି ବନ୍ୟପ୍ରାଣୀ ସପ୍ତାହ ପାଳନର ମୂଳ ଉଦ୍ଦେଶ୍ୟ ବୋଲି କାର୍ଯ୍ୟକ୍ରମର ସଭାପତି ରାୟଗଡ ବନଖଣ୍ଡ ଅଧିକାରୀ ଦେବାର୍ଚ୍ଚନ ବେହେରା ବୈଠକରେ ମତ ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ବନ୍ୟପ୍ରାଣୀ ବିଭାଗର ଅଧିକାରୀ ଗୈାରାଙ୍ଗଚରଣ ରାଉତ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ମଂଚାସୀନ ହୋଇଥିବା ବେଳେ ସହକାରୀ ବନ ସଂରକ୍ଷକ ପ୍ରଦୀପ କୁମାର ଭତ୍ରା କାର୍ଯ୍ୟକ୍ରମ ପରିଚାଳନା କରି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।

Udyog Nursery
Udyogi Nursery

ଜଙ୍ଗଲର ସୁରକ୍ଷା ହୋଇପାରିଲେ ବନ୍ୟପ୍ରାଣୀମାନେ ସୁରକ୍ଷିତ ରହିପାରିବେ ତେଣୁ ଜଙ୍ଗଲ ବଂଚିଲେ ବନପ୍ରାଣୀ ବଂଚିପାରିବେ ବୋଲି ଶ୍ରୀ ରାଉତ ପ୍ରକାଶ କରିଥିଲେ । ଏହି ସପ୍ତାହ ପାଳନ ନିମନ୍ତେ ବିଗତ ଦିନ ମାନଙ୍କରେ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମିତ ସଚେତନତା ଦୃଷ୍ଟି କୋଣରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବରିଷ୍ଠ ଓ କନିଷ୍ଠ ବର୍ଗରେ  ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

କନିଷ୍ଠ ବର୍ଗର କୃତୀ ପ୍ରତିଯୋଗୀ ଗୁଡାରୀ ଆଦର୍ଶ ବିଦ୍ୟାଳୟର ଛାତ୍ର ତପନ କୁମାର ବେହେରାଙ୍କୁ ପ୍ରଥମ, ଦେବକୀ ଖୋସଲାଙ୍କୁ ଦ୍ୱିତୀୟ ଓ ସୁଶୀଲ ଆଲଜିଙ୍ଗଙ୍କୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ବିଭାଗରେ ରାୟଗଡ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ପାୟଲ ବେହେରାଙ୍କୁ ପ୍ରଥମ,ଗୁଡାରୀ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରିୟା ରଂଜନ ଶବର ଓ ଆମ୍ବଦଳା ହାଇସ୍କୁଲର ଜତୀନ କୁମାର ଜାନିଙ୍କୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସେହିପରି ଚଳିତ ବର୍ଷର ପ୍ରକୃତି ବନ୍ଧୁ ବିଜେତା ରାୟଗଡ ମହିଳା ମହାବିଦ୍ୟାଳୟର ଡଃ.ଅର୍ଚ୍ଚନା ପଟ୍ଟନାୟକଙ୍କୁ ଓ ଶ୍ରେଷ୍ଠ ଫୁଟ୍ ପେଟ୍ରୋଲିଂ ବିଜେତା ଭାବେ କାଶିପୁର ରେଂଜ’ର ନବିନ ନାୟକଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଳାର ୭ଟି ବନାଂଚଳର ସମସ୍ତ ବନାଂଚଳ ଅଧିକାରୀ, ବନପାଳମାନେ ଯୋଗ ଦେଇଥିବା ବେଳେ ରାୟଗଡ କେନ୍ଦ୍ରୀୟ ବିଦ୍ୟାଳୟ, ଗୁଡାରୀ ଆଦର୍ଶ ବିଦ୍ୟାଳୟ, ଆମ୍ବଦଳା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.