ଭାଇ ଜିଉଁନ୍ତିଆ ପାଇଁ ଉତ୍ସବ ମୁଖର ବଲାଙ୍ଗିର ସହର

ବଲାଙ୍ଗିର,୫/୧୦ :  ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ବ ‘ଭାଇ ଜିଉଁନ୍ତିଆ’ । ଆଶ୍ୱିନ ଶୁକ୍ଲପକ୍ଷ ସପ୍ତମୀ ତିଥିରେ ଝିଅ, ମାଁ ଭଉଣୀ ମାନେ ଉପବାସ ରଖି ଭାଇମାନଙ୍କର ଶୁଭ କାମନା କରିଥାନ୍ତି। ଯାହା ଭାଇ ଜୀଇଁନ୍ତିଆ ନାମରେ ବିଧିତ। ବହୁ ଆଦିମ କାଳରୁ ଏହା ଓଡ଼ିଶାରେ ପ୍ରଚଳିତ ହୋଇଆସୁଛି। ଯାହା ପଶ୍ଚିମ ଓଡ଼ିଶା ବାସୀଙ୍କ ପାଇଁ ରକ୍ଷା ବନ୍ଧନ ପର୍ବ ଭଳି ମହତ୍ତ୍ୱପୂର୍ଣ୍ଣ। ଏହି ଭାଇ ଜୀଇଁନ୍ତିଆ ପର୍ବରେ ଭଉଣୀମାନେ ନିର୍ଜଲା ଉପବାଶ ରହିଥାନ୍ତି। 

ସନ୍ଧ୍ୟାରେ ଦୂର୍ଗା ମାତାଙ୍କୁ ୨୧ ପ୍ରକାର ଫଳ, ସାତ ପ୍ରକାର ଫୁଲ, ଶହେ ଆଠ ଦୁବ, ନଡିଆ, ଅରୁଆ ଚାଉଳ, ଅଁଳା ଡାଳ, ଆଖୁ ବେଲପତ୍ର ଆଦି ସହ ପୂଜା କରାଯାଇଥାଏ।ଯେଉଁଥିରେ ବିବାହ ପରେ ଯେତେ ଦୂରରେ ଥିଲେ ମଧ୍ୟ ଭଉଣୀ ଓ ବିବାହିତା ଝିଅମାନେ ନିଜ ମାଁ ବାପା ଘରକୁ ଆସି ଏହି ପର୍ବକୁ ନିଷ୍ଠା ଓ ଭକ୍ତି ସହ ପାଳନ କରିଥାନ୍ତି।  ଭାଇର ଦୀର୍ଘାୟୁ କାମନା କରିବା ସହ ମଙ୍ଗଳ ମନାସି ନିଷ୍ଠା ଓ କାଷ୍ଠା ସହ ଭାଇ ଜୀଇଁନ୍ତିଆ ବ୍ରତ ପାଳନ କରିଥାନ୍ତି। ସେପଟେ ଭାଇ ଜୀଇଁନ୍ତିଆ ପାଇଁ ଡେଲିମାର୍କେଟ ଓ କଚେରୀ ଛକ ମୁଖ୍ୟ ରାସ୍ଥାର ଦୁଇ ପାର୍ଶ୍ଵରେ ପୂଜା ସାମଗ୍ରୀର ସ୍ୱତନ୍ତ୍ର ବଜାର ହାଟ ବସିଛି।

 

ଦର ଦାମ ଆକାଶଛୁଆଁ ଥିବା ସତ୍ୱେ ଭଉଣୀ ମାନେ ଆନନ୍ଦ ସହ ପୂଜା ସାମଗ୍ରୀ କିଣିଥିଲେ । ଅନ୍ୟପଟେ ବିକ୍ରେତା ମଧ୍ୟ ସ୍ୱୀକାର କରିଛି ଗତ ବର୍ଷ ଅପେକ୍ଷା ଏବର୍ଷ ଦରଦାମ ବଢ଼ିଛି ଯାହା ଫଳରେ ଭଲ ଦି ପଇସା ରୋଜଗାର କରୁଛନ୍ତି। ତେବେ ଏହି ପର୍ବ ତଥା ଉତ୍ସବକୁ ନେଇ ବଲାଙ୍ଗୀର ସହର ମଧ୍ୟରେ ଶତାଧିକ ଲୋକଙ୍କ ସମାଗମ ହେଉଥିବାବେଳେ ଭାଇ ଓ ଭଉଣୀର ସ୍ନେହ ଓ ଶ୍ରଦ୍ଧାର ପର୍ବକୁ ନେଇ ବଲାଙ୍ଗୀର ସହର ଉତ୍ସବ ମୁଖର ହୋଇ ଉଠିଛି ।

 

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

——————————————————-

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.