ସୌମ୍ୟରଂଜନ ପାଣିଗ୍ରାହୀ
ମା ମାଣିକେଶ୍ୱରୀ ଜଗତ ଈଶ୍ୱରୀ
ତୁହି ମାଗୋ ଆମ ସାହା ,
ଜୀବନ ପ୍ରଦୀପ ଜଳୁଥିବା ଯାଏ
ବହୁଥାଆ ପ୍ରାଣ ନାଆଁ ।
ସବୁଠୁଁ ନିଆଁରା ତୋ ଛତ୍ରଛାୟା ମାଁ
ଭକତଙ୍କୁ ରଖୁ ଆଦରେ ,
ଦୁର୍ଗା ରୂପେ ତୁହି ପୂଜା ପାଉ ମାଗୋ
ଦଶହରା ପୂଣ୍ୟ କାଳରେ ।
ଦୁର୍ଗତି ନାଶିନୀ ମହିଷାମର୍ଦ୍ଧିନୀ
ତୁହି ମାଗୋ ଦଶଭୁଜା ,
ଦଶହରା ପର୍ବେ ନଅଦିନ ଧରି
ହୁଏ ଯେ ଯେ ତୋହରି ପୂଜା ।
ତୁହି ମାଗୋ ଅଟୁ ଦୟାର ସାଗର
ଆମ୍ଭେମାନେ ଛୋଟ ନୌକା ,
ତୋର ହାତ ଧରି ଚାଲିବା ଶିଖିଛୁ
କେବେ କରିବୁନି ଏକା ।
ଗାଁ ମାନଙ୍କରେ ଭଉଣୀ ମାନେରେ
କରିବେ ଭାଇଙ୍କ ବ୍ରତ ,
ଦଶହରା ପର୍ବେ ସପ୍ତମୀର ଦିନ
ଲାଗୁଥିବ ଶୀତ ଶୀତ ।
ପୁଣି ଦେଖା ହେବ ଦଶହରା ପର୍ବେ
କୁଆଁର ପୁନେଇ ଜହ୍ନ ,
ଆଶିଷ ବର୍ଷଣ କରିବୁ ଲୋ ମାଁ
ନ ଭୁଲିବୁ ଚିରଦିନ।