ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଳାପାଳ ଓ ଏସ.ପି.ଙ୍କ ଅଚାନକ ପରିଦର୍ଶନ

ରାୟଗଡ,୯/୧୦: ରାଜ୍ୟର ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ,ଲୋକଙ୍କ ପଇସାରେ,ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି କରାଯାଇଛି । ପୋଲିସ ଥାନା/ଡାକ୍ତର ଖାନା/ସରକାରୀ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ରହିଛି । ଲୋକମାନେ ହିଁ ଏହାର ପ୍ରକୃତ ମାଲିକ । ଏହି କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରାଯିବା ସହ ବୃତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ କରିବା ତଥା ବ୍ୟବସ୍ଥାରେ ଆମୁଳଚୁଳ ପରିବର୍ତନ ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଏଥି ନିମନ୍ତେ ସମସ୍ତ ଜିଲ୍ଳାପାଳ ଓ ଏସପିଙ୍କୁ ଦେଇ ଏହି ସବୁ ସ୍ଥାନଗୁଡିକରେ ଦଲାଲମୁ୍କ୍ତ କରାଇବା ପାଇଁ କଡା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହି କ୍ରମରେ ରାୟଗଡ ଜିଲ୍ଳା ପ୍ରଶାସନର ମୁଖ୍ୟ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଗତ ଅକ୍ଟୋବର ୨ତାରିଖ ରାତ୍ରରେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ସେଠାରେ ଥିବା ରୋଗୀ ଓ ସେମାନଙ୍କ ସଂପର୍କୀୟମାନଙ୍କୁ ସ୍ୱାସ୍ଥ୍ୟସେବା ମିଳିବାରେ କୈାଣସି ଅସୁବିଧା ନ ହେବା ସଂପର୍କରେ ପଚାରି ବୁଝିଥିଲେ ।

ସେହିପରି ଗତ ସୋମବାର ଅକ୍ଟୋବର ୭ତାରିଖ ରାତ୍ରରେ ମଧ୍ୟ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ. ଅଚାନକ ଗସ୍ତରେ ଯାଇ ରୋଗୀମାନଙ୍କ ସହ ଆଲୋଚନା କରି ବିଭିନ୍ନ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ କୈାଣସି ଦଲାଲ କଥାରେ ନ ପଡିବାକୁ କହିଥିଲେ ଏବଂ ଅସୁବିଧା ହେଲେ ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରନ୍ତୁ ବୋଲି କହିଥିଲେ ।

ଜିଲ୍ଳାର ମୁଖ୍ୟ ଦୁଇ ବଡ ଅଧିକାରୀଙ୍କ ଏପରି ଅଚାନକ ଗସ୍ତ ଯଦି ସମସ୍ତ ପ୍ରଶାସନିକ ଦପ୍ତରଗୁଡିକରେ ନିୟମିତ ଭାବେ ଚାଲିବ ତାହାହେଲେ ମୋ ସରକାର କାର୍ଯ୍ୟକ୍ରମ ସଂପୂର୍ଣ୍ଣ ରୂପେ ସଫଳ ହୋଇ ଲୋକମାନେ ଗଣତନ୍ତ୍ରର ଶାସନ ଉପରେ ବିଶ୍ୱାସ ରଖିପାରିବେ ବୋଲି ବୁଦ୍ଧିଜୀବିମାନେ ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.