ଲାଞ୍ଜିଗଡ ବ୍ଲକରେ ବିଭିନ୍ନ ସ୍ଥାନରେ ରାବଣପୋଡି ସହ ଦୁର୍ଗାପୂଜା ସମ୍ପନ୍ନ

ଲାଞ୍ଜିଗଡ,୧୦/୧୦ : ଦେବୀ ଦୂର୍ଗାଙ୍କ ଆବାହନରେ ଉତ୍ସବ ମୁଖର ହୋଇ ପଡିଥିବା ପରିବେଶ ମା’ଙ୍କ ବିସର୍ଜନ ସହ ନିରବି ଯାଇଛି । ଏବର୍ଷ ଲାଞ୍ଜିଗଡ ବ୍ଲକର ବିଶ୍ବନାଥପୁର, ଜଗନ୍ନାଥପୁର, ଲାଞ୍ଜିଗଡ ଓ ଲାଞ୍ଜିଗଡ ରୋଡରେ ଦେବୀ ଦୂର୍ଗାଙ୍କ ମୃଣୀୟ ମୂର୍ତ୍ତୀ ପୂଜା ପାଉଥିବାବେଳେ ଦଶହରା ଦିନ ଲାଞ୍ଜିଗଡ ଦୂର୍ଗା ମଣ୍ଡପ ପଡିଆରେ ରାବଣ ପୋଡି ସହ ୨୦୧୯ ଦୂର୍ଗା ପୂଜାର ଜବନିକା ପଡିଛି ।

ଏବର୍ଷ ଲାଞ୍ଜିଗଡ ଦୁର୍ଗାପୂଜା ୫୩ ବର୍ଷରେ ପଦାର୍ପଣ କରିଥିବା ବେଳେ ଦୁର୍ଗା ପୂଜାକୁ ଆକର୍ଷଣୀୟ ଓ ଉତ୍ସବ ମୁଖର କରିବା ପାଇଁ ପୂଜା କମିଟିର ସଭାପତି ସୁମନ୍ତ ଦଳବେହେରା ତତ୍ୱାବଧାନରେ ଏମ୍. ଚନ୍ଦ୍ର ଶେଖର, ହିମାଦ୍ରୀ ପେସନିଆ, କିଶୋର ପେସନିଆ, ଚନ୍ଦ୍ର ଧ୍ୱଜ ପେସନିଆ, ରାଜେନ୍ଦ୍ର ପ୍ରତାପ ସିଂ ଦେଓ ଓ ସମସ୍ତ କର୍ମକର୍ତ୍ତାଙ୍କ ସହିତ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଲାଞ୍ଜିଗଡ ସହରର କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତୀ ଓ ମେଢ଼ ମୁଖ୍ୟ ଆକର୍ଷଣ ହୋଇଥିଲା। ଦେଖାଣି ହାରୀଙ୍କ ମନୋରଞ୍ଜନ ପାଇଁ ସନ୍ଧ୍ୟାରେ ସାଂକୃତିକ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିଲା।

ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ବଜାର ପଡିଆ ସ୍ଥିତ ମା’ ଦୁର୍ଗାଙ୍କ ପୂଜା ମଣ୍ଡପରେ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ସାହି ବାସିନ୍ଦାଙ୍କ ସହଯୋଗରେ ମା’ ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ସବୁ ବର୍ଷ ଭଳି ଚଳିତ ବର୍ଷ ପୂଜାକୁ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ବିଶ୍ୱନାଥପୁର ପୂଜା କମିଟି ତୋରଣ, ମୃତ୍ତି ଓ ଆଲୋକ ସାଜସଜ୍ୟାକୁ ଗୁରୁତ୍ୱ ଦେଇଥିବା ବେଳେ ସନ୍ଧ୍ୟାରେ ସାଂକୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ମୋହିଥିଲା। ବିଶ୍ୱନାଥପୁର ପୂଜା କମିଟି ସମେତ ସମସ୍ତ କର୍ମକର୍ତ୍ତା ଜୋରସୋରରେ କାମ କରୁଥିଲେ। ସେହିପରି ଲାଞ୍ଜିଗଡ ରୋଡ଼ ବଜାର ପଡ଼ାରେ ମଧ୍ୟ ମା’ଦୁର୍ଗାଙ୍କ ପୂଜାର୍ଚ୍ଚନା ଆଡମ୍ବରରେ ପାଳିତ ହୋଇଥିଲା ବେଳେ ଗ୍ରାମାଞ୍ଚଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଲାଞ୍ଜିଗଡ ବ୍ଲକ ସୀମାନ୍ତରେ ଥିବା ରାମଚନ୍ଦ୍ର ପୁର ଦୁର୍ଗାପୂଜା। ଏହି ପୂଜାରେ ଗୋବର୍ଦ୍ଧନ ପୁର ପଞ୍ଚାୟତର ୯ ଖଣ୍ଡ ଗ୍ରାମର ଲୋକମାନେ ଏହି ପୂଜାରେ ସହଯୋଗ କରିଥିଲେ। ପୂର୍ଣ୍ଣାହୁତି ପରେ ପ୍ରତ୍ୟେକ ମଣ୍ଡପରେ ବିସର୍ଜନ ପୂଜାର୍ଚ୍ଚନା ହୋଇଥିଲା ଏବଂ ସେହି ରାତିରେ ଲାଞ୍ଜିଗଡ ଦୁର୍ଗାମଣ୍ଡପ ପଡ଼ିଆରେ ଲାଞ୍ଜିଗଡ ଯୁବକ ସଂଘ ନେତୃତ୍ୱରେ ରାବଣପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ରାମ, ଲକ୍ଷଣ ଓ ବାନର ସେନାଙ୍କ ଶୋଭାଯାତ୍ରରେ ଲାଞ୍ଜିଗଡ ସହର ପରିକ୍ରମା କରିବା ପରେ ରାବଣ ପୋଡି ପଡିଆଠାରେ ରାବଣ ଦହନ କରାଯାଇଥିଲା। ପରେ ମା’ ଘଟକୁ ଗାଁରେ ଥିବା ପୋଖରୀ ଗୁଡିକରେ ବିସର୍ଜନ କରାଯାଇଥିଲା। ବିସର୍ଜନ ସମୟରେ ଘଣ୍ଟ, ଶଙ୍ଖ, ମାଦଲ ଓ ନିଶାଣର ବାଦ୍ୟରେ ଦୁଲୁକି ଉଠିଥିଲା ଅଞ୍ଚଳ।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.