
ଯୁଧିଷ୍ଠିର ମୁଦୁଲି
ବେଳେବେଳେ ପ୍ରେମ ଲାଗେ ସାଗରଠୁ ଗଭୀର
ବେଳେବେଳେ ପ୍ରେମ ପୁଣି ସରଗଠୁ ସୁନ୍ଦର।
ବେଳେବେଳେ ପ୍ରେମ ହୁଏ ଫଗୁଣର ଫୁଲ
ବେଳେବେଳେ ବି ପ୍ରେମ ଭାଙ୍ଗିପାରେ ହୋଇ ବଡ଼ ମହଲ।
ବେଳେବେଳେ ପ୍ରେମ ସାଜେ ଶ୍ରାବଣର ବର୍ଷା
ବେଳେବେଳେ ପ୍ରେମ ପାଲଟେ ନିଶା ଆଉ ଇର୍ଷା।
ବେଳେବେଳେ ପ୍ରେମ ହୁଏ ଅଜସ୍ର ଶକ୍ତି
ବେଳେବେଳେ ପ୍ରେମ ପୁଣି ପୂଜା ଆଉ ଭକ୍ତି।
ବେଳେବେଳେ ପ୍ରେମ ଗଢ଼େ ନୂଆ ଏକ ଜୀବନ
ବେଳେବେଳେ ପ୍ରେମ ବଢ଼େ ପାଇ ବାସ୍ନା ପବନ।