ଜନବସତି ଅଞ୍ଚଳରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ସଇଁତଲା,୧୫/୧୦ : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବଡମାଲ ଗୋଳାବାରୁଦ କାରଖାନାର କର୍ମଚାରୀମାନେ ରହୁଥିବା ଅଞ୍ଚଳରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି। ରବିବାର ବାଘ ବୁଲୁଥିବା ଏକ ଭିଡିଓ ଭାଇରାଲ ହେବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ସୂଚନା ଅନୁସାରେ ଗୋଳାବାରୁଦ କାରଖାନା ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲ ମଧ୍ୟରେ ଅନେକ ପ୍ରକାରର ବନ୍ୟ ପ୍ରାଣୀ ବାସ କରନ୍ତି । ରବିବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ କାରଖାନାର କର୍ମଚାରୀମାନେ ରହୁଥିବା ଅଞ୍ଚଳରେ ବୁଲୁଥିବା ଦୃଶ୍ୟର ଭିଡିଓ କୌଣସି କର୍ମଚାରୀ ଉଠାଇ ଭାଇରାଲ କରିଥିବା ଜଣାପଡ଼ିଥିଲା। ଫଳରେ ଉକ୍ତ ଅଞ୍ଚଳରେ ରହୁଥିବା କର୍ମଚାରୀମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ସେମାନେ ଆଉ ଘରୁ ପଦାକୁ ବାହାରୁ ନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ, କିଛିମାସ ପୂର୍ବରୁ କାରଖାନା ପରିସରରେ ଏକ କଲାରାପତରିଆ ବାଘର ମୃତଦେହ ମିଳିଥିଲା। ତେବେ ଏହି ବାଘର କିଭଳି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା ତାହା ଏବେ ବି ରହସ୍ୟ ଘେରରେ ରହିଛି। ବର୍ତ୍ତମାନ ଘୁରି ବୁଲୁଥିବା ବାଘକୁ ବନ ବିଭାଗ ତୁରନ୍ତ ଧରି ଜଙ୍ଗଲ ମଧ୍ୟରେ ଛାଡ଼ିବାକୁ କାରଖାନା ପରିସରରେ ବାସ କରୁଥିବା କର୍ମଚାରୀମାନେ ଦାବି କରିଛନ୍ତି ।

Omkar Vasthu
Omkar Vasthu
ସଇଁତଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Pearl dental clinic
Near Ashish Medical Store, Bhawanipatna

http://bit.ly/OBgroup3

Udyog Nursery
Udyogi Nursery

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.