ପ୍ରଥମଥର ପାଇଁ ଦୁଇଜଣ ଲେଖିକାଙ୍କୁ ବୁକର୍ ପୁରସ୍କାର, କେଉଁମାନେ ପାଇଲେ ଜାଣନ୍ତୁ…

  • ଏଟଉଡଙ୍କୁ ତାଙ୍କ ପୁସ୍ତକ ‘ଦ ହେଣ୍ଡମେଡ୍ସ ଟେଲ୍’ ପାଇଁ ମିଳିଲା ପୁରସ୍କାର

  • ‘ଗର୍ଲ୍, ୱିମେନ୍, ଅଦର୍’ ପାଇଁ ସମ୍ମାନିତ ହେଲେ ବର୍ନର୍ଡାଇନ୍ ଏଭାରିଷ୍ଟୋ

  • ଦୁଇଥର ଏହି ପୁରସ୍କାର ଜିତିଥିବା ଦ୍ୱିତୀୟ ଲେଖିକା ହେଲେ ଏଟଉଡ୍

ଏବର୍ଷର ପ୍ରସିଦ୍ଧ ବୁକର୍ ପୁରସ୍କାର ଦୁଇଜଣ ଲେଖିକାଙ୍କୁ ଦିଆଯାଇଛି । ମାର୍ଗାରେଟ୍ ଏଟଉଡ୍ ଓ ବର୍ନର୍ଡାଇନ୍ ଏଭାରିଷ୍ଟୋଙ୍କୁ ମିଳିତ ଭାବେ ସାହିତ୍ୟର ଏହି ମର୍ଯ୍ୟାଦାଜନକ ପୁରସ୍କାରରେ ସମ୍ମାନିତ କରାଯାଇଛି । ତିରିଶ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହି ପୁରସ୍କାର ମିଳିତ ଭାବେ ଦୁଇଜଣଙ୍କୁ ଦିଆଯାଇଛି । ଲଣ୍ଡନର ବିଖ୍ୟାତ ମଧ୍ୟଯୁଗୀୟ ଗିଲ୍ଡ ହଲଠାରେ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

ବୁକର୍ ଜିତିଥିବା ପ୍ରଥମ କୃଷ୍ଣକାୟ ମହିଳା ଓ ପ୍ରଥମ ଅଶ୍ୱେତ ବ୍ରିଟିଶ୍ ଲେଖିକା:

ଯୁକ୍ତରାଜ୍ୟର ଏଟଉଡଙ୍କୁ ତାଙ୍କ ଉପନ୍ୟାସ ‘ଦ ହେଣ୍ଡମେଡ୍ସ ଟେଲ୍’ ପାଇଁ ଏହି ପୁରସ୍କାର ମିଳିଛି । ସେ ହେଉଛନ୍ତି ବୁକର୍ ଜିତିଥିବା ପ୍ରଥମ କୃଷ୍ଣକାୟ ମହିଳା ଓ ପ୍ରଥମ ଅଶ୍ୱେତ ବ୍ରିଟିଶ୍ ଲେଖିକା ।

ବୁକର୍ ଜିତିଥିବା ସବୁଠୁ ବୟସ୍କ ଲେଖିକା:

କାନାଡାର ଲେଖିକା ଏଟଉଡ୍ (୭୯) ଏହି ପୁରସ୍କାର ଜିତିଥିବା ସବୁଠୁ ବୟସ୍କ ଲେଖିକା ଭାବେ ପରିଗଣିତ ହୋଇଛନ୍ତି । ପୂର୍ବରୁ ସେ ୨୦୦୦ ମସିହାରେ ମଧ୍ୟ ବୁକର୍ ପୁରସ୍କାର ଜିତିଥିଲେ । ସେତେବେଳେ ତାଙ୍କୁ ‘ଦ ବ୍ଲାଇଣ୍ଡ୍ ଅସେସିନ୍’ ପାଇଁ ସମ୍ମାନିତ କରାଯାଇଥିଲା । ଦୁଇଥର ବୁକର୍ ପୁରସ୍କାର ପାଇବାରେ ସେ ହେଉଛନ୍ତି ଚତୁର୍ଥ ଲେଖକ ।

ଏମାନେ ବି ଥିଲେ ଦୌଡ଼ରେ:

ବୁକର୍ ପ୍ରାଇଜ୍ ସର୍ଟ୍ଲିଷ୍ଟରେ ଥିବା ଅନ୍ୟ ପୁସ୍ତକଗୁଡ଼ିକ ହେଉଛି ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍ ଲେଖକ ସଲ୍ମାନ୍ ରଶ୍ଦିଙ୍କ ‘କିଶଟ୍’, ଯୁକ୍ତରାଷ୍ଟ୍ରର ଲୁସି ଏଲ୍ମାନ୍ଙ୍କ ‘ଡକ୍ସ, ନ୍ୟୁବୁରିପୋର୍ଟ୍’, ନାଇଜେରିଆର ଶିଗୋଜି ଓବିଓମାଙ୍କ ‘ଆନ୍ ଅର୍କେଷ୍ଟ୍ରା ଅଫ୍ ମାଇନରିଟିଜ୍’ ଏବଂ ତୁର୍କିର ଏଲିଫ୍ ଶାଫକ୍ଙ୍କ ‘୧୦ ମିନଟ୍ସ ୩୮ ସେକେଣ୍ଡ୍ସ୍ ଇନ୍ ଦ ଷ୍ଟ୍ରେଞ୍ଜ୍ ୱାର୍ଲ୍ଡ’ ।


ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.