ଜୁନାଗଡ଼,୧୫/୧୦ : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ତଲମଲା ଗାଁର ରବି ଚନ୍ଦ୍ର ନାଏକଙ୍କ ବଡପୁଅ ସରତ ଚନ୍ଦ୍ର ନାଏକ ନିଜେ ଘରେ ଦୌଡ଼ି ଲଗେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୋମବାର ସନ୍ଧ୍ୟା ୭ଟାରେ ସେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଆଜି ପୋଲିସ ପ୍ରଶାସନ ଉପସ୍ଥିତରେ ଶବକୁ କାଢି ବେବଛେଦ ପାଇଁ ଜୁନାଗଡ଼ ମୁଖ୍ୟ ଡ଼କ୍ତରଖନାକୁ ପଠାଇ ଦିଆଯାଇଛି । ଗ୍ରୁପ ଋଣ ପଇସା ସୁଝିନପରିବା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।