ଜୁନାଗଡ଼,୧୬/୧୦ : ସ୍ଥାନୀୟ ସଂକୃତିକ ଭବନ ଠାରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏହି ଆୟୋଜନ ହୋଇଥିଲା । ଏଥିରେ ଅନେକ ଲୋକ ସ୍ବଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାଶ, ପୂର୍ବତନ ନଗରପାଳ ମହେଶ ସାହୁ, ବିଜୁ ଯୁବ ଜନତା ଦଳ ଜିଲା ସଭାପତି ଆଦିତ୍ୟ ନନ୍ଦ, ଦିନେଶ ବଗର୍ତ୍ତି, ଦୁଷ୍ମନ୍ତ ନାଏକ, ବିଶ୍ୱରଂଜନ ନାଏକ, ବେଣୁଧର ଦୀପ ପ୍ରମୂଖ ଉପସ୍ଥିତ ଥିବାବେଳେ ଭାବନିପାଟଣା ରକ୍ତ ଭଣ୍ଡାର କର୍ମଚୀରୀ ଓ ଜୁନାଗଡ଼ ଡାକ୍ତର ଖାନାର କର୍ମଚାରୀମାନେ ସହଯୋଗ କରିଥିଲେ ।