ବଲାଙ୍ଗିର କୋଶଳ କଳାମଣ୍ଡପ ପଡ଼ିଆରେ ଜିଲ୍ଲାସ୍ତରୀୟ ପୁସ୍ତକ ମେଳା

ବଲାଙ୍ଗିର,୧୬/୧୦ : ଓଡ଼ିଆ ଭାଷା,ସାହିତ୍ୟ, ଓ ସଂସ୍କୃତି ବିଭାଗ ତଥା ଓଡ଼ିଶା ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଦ୍ଵାରା ପୁସ୍ତକ ମେଳାର ଶୁଭାରମ୍ଭ ହୋଇଯାଇଛି ।  ଅକ୍ଟୋବର ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ପୁସ୍ତକ ମେଳା ୧୯ ତାରିଖ ପ୍ରର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ଅପରାହ୍ନ ୨ଟା ରୁ ରାତ୍ରି ୯ଟା ପ୍ରଯନ୍ତ ଏହି ପୁସ୍ତକ ମେଳା ଚାଲିବ।

ଏହି ଜିଲ୍ଲା ସ୍ତରୀୟ ପୁସ୍ତକ ମେଳାରେ ବିଭିନ୍ନ ବର୍ଗର ପାଠକ ମାନଙ୍କ ରୁଚିକୁ ନେଇ ପୁସ୍ତକ ପ୍ରଦର୍ଶନ ତଥା କ୍ରୟର ସୁବିଧା ରହିଛି । ଏହା ସହ ପ୍ରତ୍ୟେକ ସନ୍ଧ୍ୟାରେ ବରେଣ୍ୟ ଅତିଥି ବୃନ୍ଦ ମାର୍ଗଦର୍ଶନ କରିବାର କାର୍ଯ୍ୟକ୍ରମ ଏବଂ ଦୈନିଦିନ ଜନଜୀବନର ଅଗ୍ରଗମନ ଆଧାରିତ ଚର୍ଚ୍ଚା ଓ ସାର୍ବଜନୀନ କୁଇଜ ଏବଂ ସାଂସ୍କୃତିକ ବିଚିତ୍ର ସଂଯୋଜିତ କରାଯିବ।

ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର, ବକ୍ତାଭାବେ ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଶ୍ରୀନିବାସ ଉଦଗାତାଙ୍କ ସହ ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ସଂଯୋଜନା ଜିଲ୍ଲା ସୂଚନା ଅଧିକାରୀ ଜୟଦେବ ପାଣିଗ୍ରାହୀ କରିଥିବାବେଳେ  ବିଜୟ କୁମାର ସତପଥି ଧନ୍ୟବାଦ ଅର୍ପଣ କରିଥିଲେ। ଆଜି (ବୁଧବାର) ପୁସ୍ତକ ମେଳାର ଦ୍ବିତୀୟ ଦିବସରେ  ବୁକ ଷ୍ଟଲ ମାନଙ୍କରେ ଭିଡ ଲାଗି ରହିଥିବା ଦେଖିବାକୁ ମିଳିଛି ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.