ପାଇକପଡା ଦକ୍ଷିଣକାଳୀଙ୍କ ଠାରୁ ଆସିଲା ଆଜ୍ଞାମାଳ
ରାୟଗଡ,୧୬/୧୦ : ରାୟଗଡାର ଫ୍ରେଣ୍ଡସ ୟୁଥ୍ ଆସୋସିଏସନ ଆନୁକୁଲ୍ୟରେ ଚଳିତ ବର୍ଷ ୩୭ତମ କାଳୀ ପୂଜା ଉତ୍ସବ ମହାଆଡମ୍ବରରେ ପାଳନ କରିବା ଉପଲକ୍ଷେ ଶୁଭ ଖୁଂଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଲକ କଲୋନୀ ସ୍ଥିତ କାଳୀ ମନ୍ଦିରରେ ଆଜି ରୀତିନୀତି ଅନୁଯାୟୀ ପୁରୋହିତ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଶୁଭ ଖୁଂଟି ସ୍ଥାପନ କରାଯାଇଥିଲା । ଶୁଭ ଖୁଂଟି ସ୍ଥାପନ ବେଳେ ପୂଜାର କର୍ତା ଭାବେ ଶିବ ପଟ୍ଟନାୟକ ଏବଂ ଶିବାଜୀ ଦାସ ଉପସ୍ଥିତ ଥିଲେ । ସେହିପରି ଆଜ୍ଞାମାଳ ନିମନ୍ତେ ଥେରୁବାଲି ସ୍ଥିତ ପାଇକପଡାର ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଆଜ୍ଞାମାଳ ଅଣାଯାଇ ମା କାଳୀଙ୍କର ମୃଣ୍ମୟୀ ମୂର୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କାଳୀ ମନ୍ଦିରରେ ଶୁଭ ଖୁଂଟ ସ୍ଥାପନ ସମୟରେ ସଭାପତି ଦିଲୀପ ପଟ୍ଟନାୟକ, ଉପ-ସଭାପତି ଶିବାଜୀ ଦାସ, ସାଧାରଣ ସଂପାଦକ ଶିବ ପଟ୍ଟନାୟକ, ସଂପାଦକ ସଂଗ୍ରାମ ପଟ୍ଟନାୟକ, କୋଷାଧ୍ୟକ୍ଷ ଗୌରୀ ପଟ୍ଟନାୟକ, ସଭ୍ୟ ସୁନିଲ କୁମାର ପାଣିଗ୍ରାହୀ, ଭି.ପ୍ରଶାନ୍ତ କୁମାର, ବିବେକ ଶତପଥୀ, ବଳରାମ ବଗର୍ତି, ଦୀପକ କୁମାର ଗୌଡ,ସରୋଜ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ଅକ୍ଟୋବର ୨୫ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ମା ଦକ୍ଷିଣ କାଳୀଙ୍କ ଦଶ ମହାବିଦ୍ୟା ପୂଜାର୍ଚ୍ଚନା ହେବ । ଏହି ଅବସରରେ ମା’ଙ୍କ ଦର୍ଶନ କରି ମାତୃକୃପା ଲାଭ କରିବା ନିମନ୍ତେ ଜନସାଧାରଣଙ୍କୁ ଫ୍ରେଣ୍ଡସ୍ ୟୁଥ୍ ଆସୋସିଏସନର ସାଧାରଣ ସଂପାଦକ ଶିବ ପଟ୍ଟନାୟକ ନିବେଦନ କରିଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ
https://facebook.com/odiabarta