ନିଖୋଜ ବ୍ୟକ୍ତିଙ୍କ ହାଡ଼, ଖପୁରୀ, ଲୁଙ୍ଗି ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ

କଳାହାଣ୍ଡି,୧୬/୧୦(ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଉପରନୂଆଗାଁର ନିଖୋଜ ବ୍ୟକ୍ତିର ଗଳିତ ଶବ ଆଜି ଉଦ୍ଧାର କରାଯାଇଥିବାବେଳେ ମୃତକଙ୍କ ପତ୍ନୀ ନିଜ ସ୍ୱାମୀାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ତେବେ ଗତ ଅଗଷ୍ଟ ମାସ ୨୮ ତାରିଖ ଦିନ ଉପରନୂଆର୍ଗାଁର ରାଜମଣୀ ଘଡ଼େଇ ନିଜ ସ୍ୱାମୀ କୈବଲ ଘଡ଼େଇ(୬୦)ଙ୍କ ନିଖୋଜ ହେଇଥିବା ନେଇ ଅଭିଯୋଗ କରିଥିଲେ । ସେହି ସମୟରେ ତାଙ୍କୁ ପରିବାର ଓ ପୋଲିସ ତରଫରୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା ।

ଗତକାଲି ଉପରନୂଆଗାଁରୁ ପ୍ରାୟ ତିନି କିଲୋମିଟର ଦୂର ଜଙ୍ଗଲ ଭିତରେ ଗଳିତ ଶବଟିଏ ପଡ଼ିଥିବାରେ କୌଣସି ସୂତ୍ରରୁ ଖବର ପାଇ ପରିବାର ଓ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ଆଜି ମ.ରାମପୁର ଥାନାଧିକାରୀ ଉତ୍ତମ କୁମାର ସାହୁଙ୍କ ସମେତ ମୋହନଗିରୀ ଫାଣ୍ଡି ଅଧିକାରୀ ଫ୍ଲୁରେନ୍ସ ଲାକ୍ରା,ଭବାନୀପାଟଣାରୁ ସାଇଣ୍ଟିଫିକ ଦଳ ଏବଂ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡ଼ାକ୍ତର ସିଦ୍ଧାର୍ଥ ପାଣିଗ୍ରାହୀ, ସିଆରପିଏଫ୍ ଜବାନଙ୍କ ସହିତ ଘଟଣାସ୍ଥଳକୁ ଯାଇ ଗଳିତ ଶବ ଜବତ କରିଥିଲେ । ତେବେ ଶବ ଗଳିତ ହେଇଯାଇଥିବା ବେଳେ ଗଛରେ ଲୁଙ୍ଗିଟି କେବଳ ଲଟକି ରହିଥିଲା ଏବଂ ଗଛ ତଳେ ହାଡ଼, ଖପୁରୀ ଆଦି ପଡ଼ିଥିବା ଦେଖିବାକୁପାଇଥିଲୋ ଘଟଣାସ୍ଥଳରେ ସାଇଣ୍ଟିଫିକ ଦଳ ପହଂଚି ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ହାଡ଼, ଖପୁରୀ ଅନ୍ୟ ଅଂଶକୁ ଜବତ କରି ଆଣିଥିବାବେଳେ ଅଭିଯୋଗକୁ ଭିତ୍ତି କରି ମ.ରାମପୁର ପୋଲିସ କେଶ୍ ନଂ ୧୫୬/୧୯ (ଆଇପିସି) ୩୦୨/୩୪ ରୁଜ୍ଜୁ କରି ଘଟଣାର ଦତନ୍ତ ଚଳାଇଥିବା ଥାନାଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ,ଗତ ଦୁଇମାସ ତଳେ ମୃତକଙ୍କ ବଡ଼ପୁଅଙ୍କୁ ସାପକାମୁଡ଼ାରେ ମୃତ୍ୟୁ ହେଇଥିଲା କିନ୍ତୁ ଏହା ମଧ୍ୟ ହତ୍ୟାକାଣ୍ଡ ବୋଲି ରାଜମଣୀ ଘଡ଼େଇ ପୋଲିସ ପାଖରେ ଅଭିଯୋଗ କରିଛନ୍ତି । ଘଟଣାର ସଂପୂର୍ଣ୍ଣ ଦିଗକୁ ଲକ୍ଷ କଲେ ଏହା ତଦନ୍ତ ସାପେକ୍ଷ ଏବଂ ଦୁଇମାସ ତଳେ ପରିବାର ର ବଡ଼ ପୁଆ ଏବଂ ପରେ ପରେ ନିଜ ସ୍ୱାମୀଙ୍କ ମୃତ୍ୟୁ ରାଜମଣିଙ୍କୁ ଏକା କରିଦେଇଛି । ସାନପୁଅ ଦାଦନ ଯାଇଥିବା ବେଳେ ସେ ପରିବାରର ଦାୟିତ୍ୱ ନେଉନଥିବା ଗ୍ରାମାବାସୀ କହିଛନ୍ତି । ଏବେ ରାଜମଣିଙ୍କୁ ନ୍ୟାୟ ଦେବା ସହିତ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ କରାଯିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.