ବଲାଙ୍ଗିର,୧୬/୧୦ : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ ତମ ଜନ୍ମ ବାର୍ଷିକ ଉତ୍ସବରେ ରକ୍ତଦାନ ଶିବିର ଅନୁଷ୍ଠିତ। ସାରା ଓଡ଼ିଶା ନବିବ ବାବୁଙ୍କ ଜନ୍ମ ଦିନକୁ ଜୀବନ ବିନ୍ଦୁ ଭାବରେ ପାଳନ କରୁଛି । ବଲାଙ୍ଗୀର ଟାଉନ ହଲ ପରିସର ମଧ୍ୟରେ ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଏଥିରେ ଜିଲ୍ଲାର ଅଗଣିତ ସଂଖ୍ୟାରେ ଛାତ୍ର, ଯୁବକ, ଯୁବତୀ, ମହିଳା,ଶ୍ରମିକ, କୃଷକ, ସ୍ୱେଚ୍ଛାସେବୀ ସଂଗଠନ ଓ ବିଜେଡିର ଶୁଭେଚ୍ଛୁ ତଥା ଜନସାଧାରଣଙ୍କ ଅକୁଣ୍ଠ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଏଥେରେ ବିଜେଡିର ବରିଷ୍ଠନେତା ଅନଙ୍ଗ ଉଦୟ ସିଂଦେଓ ଓ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଯୋଗଦେଇଥିଲେ। ରକ୍ତ ଅଭାବରେ ଅକାଳରେ ଝଡିପଡୁଥିବା ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ପ୍ରୟାସ ଜାରିରଖିଛି ବିଜୁ ଜନତା ଦଳ।