ବଲାଙ୍ଗିରରେ ଜୀବନ ବିନ୍ଦୁ ଅଭିଯାନ

ବଲାଙ୍ଗିର,୧୬/୧୦ : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ ତମ ଜନ୍ମ ବାର୍ଷିକ ଉତ୍ସବରେ ରକ୍ତଦାନ ଶିବିର ଅନୁଷ୍ଠିତ। ସାରା ଓଡ଼ିଶା ନବିବ ବାବୁଙ୍କ ଜନ୍ମ ଦିନକୁ ଜୀବନ ବିନ୍ଦୁ ଭାବରେ ପାଳନ କରୁଛି । ବଲାଙ୍ଗୀର ଟାଉନ ହଲ ପରିସର ମଧ୍ୟରେ ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଏଥିରେ ଜିଲ୍ଲାର ଅଗଣିତ ସଂଖ୍ୟାରେ ଛାତ୍ର, ଯୁବକ, ଯୁବତୀ, ମହିଳା,ଶ୍ରମିକ, କୃଷକ, ସ୍ୱେଚ୍ଛାସେବୀ ସଂଗଠନ ଓ ବିଜେଡିର ଶୁଭେଚ୍ଛୁ ତଥା ଜନସାଧାରଣଙ୍କ ଅକୁଣ୍ଠ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଏଥେରେ ବିଜେଡିର ବରିଷ୍ଠନେତା ଅନଙ୍ଗ ଉଦୟ ସିଂଦେଓ ଓ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଯୋଗଦେଇଥିଲେ। ରକ୍ତ ଅଭାବରେ ଅକାଳରେ ଝଡିପଡୁଥିବା ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ପ୍ରୟାସ ଜାରିରଖିଛି ବିଜୁ ଜନତା ଦଳ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.