ସାମ୍ବାଦିକଙ୍କ ପିତୃ ବିୟୋଗ : ଅଞ୍ଚଳରେ ଶୋକର ଛାୟା

ରାୟଗଡ,୧୬/୧୦ : ବୈଦୁତିକ ଗଣମାଧ୍ୟମ ଏମବିସି ଟିଭିର ରାୟଗଡ ଜିଲ୍ଲା ପ୍ରତିନିଧି ସାମ୍ବାଦିକ ସୁରେଶ ଚନ୍ଦ୍ର ମିଶ୍ରଙ୍କ ବାପା ଶ୍ରୀଯୁକ୍ତ ବଳଭଦ୍ର ମିଶ୍ରଙ୍କ ଦେହାନ୍ତ ହୋଇଯାଇଛି । ବୁଧବାର ସକାଳ ୬ଟା ସମୟରେ କୋଲନରା ବ୍ଲକ ମୁନସିଂ ଗ୍ରାମରେ ଥିବା ନିଜ ଘରେ ୯୮  ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏହି ଦୁଃଖଦ ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ମିଶ୍ର ଜଣେ ଉତ୍ତମ ଚାଷୀ ଭାବେ ଜିଲ୍ଲାରେ ଖ୍ୟାତି ଅର୍ଜନ କରିଥିବା ବେଳେ ସେ ଜଣେ ମେଳାପି, ପରୋପକାରୀ ଓ ଆଧ୍ୟାତ୍ମିକ ଚିନ୍ତାଧାରୀ ବ୍ୟକ୍ତି ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମୃତ୍ୟୁ ସମୟରେ ତାଙ୍କ ପାଖରେ ବଡପୁତ୍ର ଭାସ୍କର, ବିଶ୍ବେଶର, ଗଣେଶ୍ୱର, ରମେଶ ଚନ୍ଦ୍ର ଓ ସୁରେଶ ଚନ୍ଦ୍ର ମିଶ୍ରଙ୍କ ସମେତ ୬ ବୋହୁ, ୪ଝିଅ, ଜ୍ବାଇଁ ଓ ନାତିନାତୁଣୀମାନେ ଉପସ୍ଥିତ ରହିଥିବା ବେଳେ ତାଙ୍କ ଶେଷ ଦର୍ଶନ ପାଇଁ ଆଖପାଖ ଅଂଚଳରୁ ଶତାଧିକ ଗ୍ରାମବାସୀମାନେ ପହଞ୍ଚିଥିଲେ । ମୁନସିଂ ଗ୍ରାମ ଶ୍ମଶାନରେ ସ୍ୱର୍ଗତଃ ବଳଭଦ୍ର ମିଶ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡପୁଅ ଭାସ୍କର ମିଶ୍ର ମୁଖାଗ୍ନି ଦେଇଥିଲେ ।

Udyog Nursery
Udyogi Nursery

 

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.