ଡିସେମ୍ବର ୮ରେ କୋଶଲେଶ୍ବରୀ ମନ୍ଦିର ଭୂମିପୂଜନ

ଆଗାମୀ ଦିନରେ ହେବ ‘କୋସଲି ଭାଷା ସଂସ୍କୃତି ସମ୍ମିଳନୀ’

ବଲାଙ୍ଗୀର,୨୫/୧୦: ସ୍ଥାନୀୟ ଅମଲା ଭବନରେ କୋସଲି ଭାଷା ସଂସ୍କୃତି ଗବେଷଣା କେନ୍ଦ୍ର (କୋସଲ) ତରଫରୁ କୋଶଲେଶ୍ବରୀ ମନ୍ଦିର ପାଇଁ ଆସନ୍ତା ଡିସେମ୍ବର ୮ ତାରିଖରେ ଭୂମିପୂଜନ ଏବଂ ଆଗାମୀ ଦିନରେ ହେବାକୁଥିବା ‘କୋସଲି ଭାଷା ସଂସ୍କୃତି ସମ୍ମିଳନୀ’ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଥିଲା। ବିଭନ୍ନ ପ୍ରକାର ସଂସ୍କୃତିକ କାର୍ଯ୍ଯକ୍ରମ ଆୟୋଜନ ସହ ବହୁ କବି ଲେଖକମାନଙ୍କୁ ନେଇ ଅନେକ ସାହିତ୍ଯ କାର୍ଯ୍ୟକ୍ରମ ହେବ ବୋଲି ସମସ୍ତ ସଭ୍ୟ ମତାମତ ଦେଇଥିଲେ। ଏଇ ଅବସରରେ ଅନେକ ଜନମଙ୍ଗଳ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ପ୍ରକାଶ ପାଇଥିଲା। ଅଧିବକ୍ତା ସୁଶାନ୍ତ ବାଗଙ୍କ ଆବାହତ୍ବକରେ ଆୟୋଜିତ ଉକ୍ତ ସଭାରେ ଗୁରୁଶ୍ରୀ ଘାସିରାମ ମିଶ୍ର ସଭାପତିତ୍ବ କରିଥିଲେ। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ କବି ରାମଭକ୍ତ ଫରିକାର, ନିମାଇଁ ପାଣିଗ୍ରାହୀ, ଅଚ୍ୟୁତ ପୁରୋହିତ, କପିଳେଶ୍ବର ଖମାରୀ, ମୁରଲୀଧାରୀ ପତି, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ସମାଜସେବୀ ଶାନନ୍ତୁ କୁମାର ନାଏକ, ଶିକ୍ଷାବିତ କଲ୍କି ନାରାୟଣ ମିଶ୍ର, ସତ୍ଯ ନାରାୟଣ ନାୟକ, ମନୋରଞ୍ଜନ ସାହୁ, ଗଣେଶ ବାରିକ ପ୍ରମୁଖ ନିଜସ୍ଵ ବକ୍ତବ୍ୟ ରଖିଥିଲେ। ଶେଷରେ କବି ପୁସ୍ତମ ଜୁଆଡ଼ି ଧନ୍ଯବାଦ ଦେଇଥିଲେ।

Omkar Vasthu
Omkar Vasthu

ବଲାଙ୍ଗିରରୁ ସଞ୍ଜୟ ମିଶ୍ରଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

Udyog Nursery
Udyogi Nursery

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.