ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିିଛି କିଡିଙ୍ଗ ଯାତ୍ରୀ ପ୍ରତିକ୍ଷାଳୟ

ରକ୍ଷଣା ବେକ୍ଷଣର ଅଭାବ

Omkar Vasthu
Omkar Vasthu

ପାଳଟିଛି ଗାଇଗୋରୁଙ୍କ ଆଡ୍ଡା

Pearl dental clinic
Near Ashish Medical Store, Bhawanipatna

ଯାତ୍ରୀ ହନ୍ତସନ୍ତ

Udyog Nursery
Udyogi Nursery

ବିଭାଗୀୟ କତୃପକ୍ଷ ଦୃଷ୍ଟି ଦିଅନ୍ତୁ

ଲାଞ୍ଜିଗଡ଼,୨୬/୧୦ : ଭବାନୀପାଟଣା – ରାୟଗଡ଼ା ୬ନଂ ରାଜ୍ୟ ରାଜପଥ ଉପରେ ଥିବା କିଡିଙ୍ଗ ଯାତ୍ରୀ ବିଶ୍ରାମାଗାର ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଛି ।  ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ରୋଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ  କିଡିଙ୍ଗ ଗ୍ରାମ ରାସ୍ତା ପାର୍ଶ୍ବରେ ରହିଛି ଏହି ଯାତ୍ରୀ ପ୍ରତୀକ୍ଷାଳୟ । ଦୀର୍ଘ ବର୍ଷରୁ ଏହି ବିଶ୍ରାମଗାରଟି ଅବହେଳିତ ଓ ଜରାଜୀର୍ଣ୍ଣ ହୋଇପଡ଼ିଥିଲେ ସୁଦ୍ଧା ଏଥିପ୍ରତି କାହାର ଦୃଷ୍ଟି ନପଡ଼ିବା ଅତ୍ୟନ୍ତ ପରିତାପର ବିଷୟ। ବସ୍ କୁ ଅପେକ୍ଷା କରିଥିବା ଯାତ୍ରୀ ସହ ଜନସାଧାରଣ ମାନେ  ପ୍ରତିକ୍ଷାଳୟର ଦୁରାବସ୍ଥାକୁ ଲକ୍ଷକରି ରାସ୍ତା କଡ଼ରେ ଛିଡାହେବା ପାଇଁ ବାଧ୍ୟ ହୁଅନ୍ତି।

ବିଶେଷ ଭାବେ ବିଶ୍ଵନାଥ ପୁର, ଲାଞ୍ଜିଗଡ଼, ଭବାନୀପାଟଣା, ସହ ଅନ୍ୟାନ୍ୟ ସ୍ଥାନକୁ ଜନସାଧାରଣ ପ୍ରତେକ ଦିନ ଯିବାଆସିବା କରୁଥିବା ବେଳେ ପୂର୍ବରୁ ଏହି ପ୍ରତିକ୍ଷାଳୟ ଲୋକଙ୍କ କାମରେ ଆସୁଥିଲା । କିନ୍ତୁ ଦୀର୍ଘ ଦିନ ହେବ ରକ୍ଷଣାବେକ୍ଷଣା ଅଭାବରୁ ତାହା ବର୍ତ୍ତମାନ ବିପଦ ସଂଙ୍କୁଳ ଅବସ୍ଥାରେ ପଡ଼ିରହି ବ୍ୟବହାର ଅନୁପଯୁକ୍ତ ହୋଇପଡିଛି । ଏହାର ଛାତରୁ ପାଣି ଗଲୁଥିବା ବେଳେ କାନ୍ଥ ଓ ଛାତ ପଳସ୍ତରା ଖସୁଥିବର ଦେଖିବାକୁ ମିଳୁଛି । ଏହା ବ୍ୟତିରେକ ଅବହେଳିତ ହୋଇପଡ଼ିଥିବା ଏହି ପ୍ରତିକ୍ଷାଳୟର ଚତୁଃପାର୍ଶ୍ଵରେ ଅନାବନା ଗଛ ଆର୍ବଜନା ଭର୍ତ୍ତି ସାଙ୍ଗକୁ ପଶୁ ଗୃହ ପାଳଟିଥିବାରୁ ଯାତ୍ରୀ ମାନେ ଏହା ମଧ୍ୟରେ ବସିବା ପାଇଁ ଉଚିତ ମଣୁନାହାନ୍ତି ।

ବିଶେଷ ଭାବେ ଜନସାଧାରଣ ମାନେ ବସ୍ ଯୋଗେ ବିଭିନ୍ନ ସ୍ଥାନକୁ ଯିବାପାଇଁ ଖରା, ବର୍ଷା,ଶିତ, କାକରରେ, ବାହାରେ ଘଣ୍ଟା ଘଣ୍ଟା ଧରି ଛିଡା ହେବା ସହ ନାନା ପ୍ରକାର ଅସୁବିଧା ର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ଏଥିପ୍ରତି ବିଭାଗୀୟ କତ୍ତୃପକ୍ଷ ଦୃଷ୍ଟିଦେଇ ଉକ୍ତ ପ୍ରତୀକ୍ଷାଳୟର ପୁନଃରୁଦ୍ଧାର କିମ୍ବା ନୂତନ ବିଶ୍ରାମାଗାର ନିର୍ମାଣକଲେ ଜନତା ଉପକୃତ ହେବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.