ଲାଞ୍ଜିଗଡ଼ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉଦଯାପିତ

ଲାଞ୍ଜିଗଡ଼,୨୬/୧୦: ବିଶ୍ଵନାଥପୁର ସ୍ଥିତ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜିତ ହୋଇଯାଇଛି।

ଉଦଘାଟନୀ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାଶୀନାଥ ରାଉତରାୟ ଅଧ୍ୟକ୍ଷତା କରିଥିବାବେଳେ ବ୍ଲକ ଅଧ୍ୟକ୍ଷ ଇଂ. ଫକୀରମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ହୀରାନୀଳା +୨ ମହାବିଦ୍ୟାଳୟର ଅଧ୍ୟକ୍ଷ କଙ୍କଣ ରାୟ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, କମର୍ଦ୍ଧା ସମିତି ସଭ୍ୟ ଜଗଦୀଶ ବେନିଆଁ, ଗୋପବନ୍ଧୁ ହାଇସ୍କୁଲର ପ୍ରଧାନଶିକ୍ଷକ ଭକ୍ତ ପ୍ରସାଦ ସାନିଗ୍ରାହୀ, ବିଜେଡି ବ୍ଲକ୍ ସଭାପତି ଗୋବିନ୍ଦ ପ୍ରଧାନୀ ପ୍ରମୁଖ ଯୋଗଦେଇଥିଲେ। ଗୋବର୍ଦ୍ଧନପୁର ସିଆରସିସି ତପନ କୁମାର ଭୋଇ ମଂଚ ପରିଚାଳନା କରିଥିବାବେଳେ ମସ୍କାଗୁଡ଼ା ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ପରେପରେ କ୍ଲଷ୍ଟର ସ୍ତରରୁ ପ୍ରଥମ ହୋଇ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, କୁଇଜ୍, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ଦଳଗତ ନୃତ୍ୟ, ମଧ୍ୟାହ୍ନ ଭୋଜନ ଚିତ୍ରକଳା ଓ ଶିଳ୍ପକଳା ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବ୍ଲକ ସ୍ତରରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ରେ ଅଂଶଗ୍ରହଣ କରିବେ।

ଉଦଯାପନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ନାଏକ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ଇଂ. ଫକୀରମୋହନ ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାଶୀନାଥ ରାଉତରାୟ, ହୀରାନୀଳା +୨ ମହାବିଦ୍ୟାଳୟର ଅଧ୍ୟକ୍ଷ କଙ୍କଣ ରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ଓ ଉପହାର ପ୍ରଦାନ କରିଥିଲେ।

ମସ୍କାଗୁଡ଼ା ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ ମଂଚ ପରିଚାଳନା କରିଥିବାବେଳେ ଗୋବର୍ଦ୍ଧନପୁର ସିଆରସିସି ତପନ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ସରୋଜ ସାହୁ, ମନୋଜ ଧଙ୍ଗଡ଼ାମାଝୀ, ହେମସାଗର ପ୍ରଧାନୀ, ରଘୁମଣି ବେହେରା, ଏମ୍. ସୁନ୍ଦରଶେଖର, ନଗେନ୍ଦ୍ରନାଥ ପଟ୍ଟନାୟକ, ଗଣେଶ୍ବର ଠେଲା ପ୍ରମୁଖଙ୍କ ସହ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.