ଦୀପାବଳି ପୂର୍ବରୁ ଏକଥା ନ ପଢ଼ିଲେ ପସ୍ତେଇବେ

ଆଲୋକର ପର୍ବ ଦୀପାବଳିକୁ ବାକି ଦିନଟିଏ। ଆସନ୍ତାକାଲି ରାତିରେ ଦୀପ ଓ ବାଣରେ ଚର୍ତୁଦିଗ ଆଲୋକିତ ହୋଇଉଠିବ। ତେବେ ହସଖୁସିର ଏହି ପର୍ବରେ ସାମାନ୍ୟ ଅସାବଧାନତା ବଡ଼ ବିପଦର କାରଣ ହୋଇପାରେ। ଏଣୁ ସମ୍ପୂର୍ଣ୍ଣ ସୁରକ୍ଷିତ ଦୀପାବଳି ପାଳନ ପାଇଁ ଏହି କେତୋଟି ସତର୍କତା ଅବଲମ୍ବନ କରନ୍ତୁ।

୧) ବାଣ ଫୁଟାଇବା ସମୟରେ ସିନ୍ଥେଟିକ ବା ପଲିଷ୍ଟର୍‍ ବସ୍ତ୍ର ପରିବର୍ତ୍ତେ ସୂତା କପଡ଼ାରେ ତିଆରି ବସ୍ତ୍ର ଏବଂ ପାଦରେ ଜୋତା ପିନ୍ଧନ୍ତୁ।

୨) ଶିଶୁମାନେ ବାଣ ଫୁଟାଉଥିଲେ ଅଭିଭାବକମାନେ ସେମାନଙ୍କ ପ୍ରତି ନଜର ରଖନ୍ତୁ।

୩) ଜନଗହଳି ତଥା ଘରର ଅତି ନିକଟରେ ବାଣ ଫୁଟାନ୍ତୁ ନାହିଁ। କୌଣସି ଏକ ଖୋଲା ସ୍ଥାନକୁ ଯାଇ ବାଣ ଫୁଟାନ୍ତୁ।

୪) ବାଣକୁ ହାତରେ ଧରି ଫୁଟାନ୍ତୁ ନାହିଁ। ଶରରୀଠୁ ଦୂରରେ ରଖି ଫୁଟାନ୍ତୁ।

୫) ଗୋଟିଏ ବାଣ ଫୁଟାଇ ବାବେଳେ ଅନ୍ୟବାଣକୁ ହାତରେ କିମ୍ବା ପକେଟ୍‍ରେ ରଖନ୍ତୁ ନାହିଁ।

୬) ଯଦି ଗୋଟିଏ ବାଣ ଥରେ ଫୁଟାଇଲେ ତାହା ନଫୁଟୁଛି ତେବେ ସେଥିରେ ପୁନର୍ବାର ଅଗ୍ନି ସଂଯୋଗ କରନ୍ତୁ ନାହିଁ କିମ୍ବା ହାତରେ ଧରି ପରଖନ୍ତୁ ନାହିଁ।

୭) ନିକଟରେ କୌଣସି ବିଜୁଳି ତାର ଯାଇଥିଲେ ସେଠାରେ ବାଣ ନଫୁଟାଇ କିଛି ଦୂରକୁ ଚାଲିଯାଆନ୍ତୁ।

୮) ବାଣର ବାରୁଦ ହାତରେ ଲାଗି ଯାଇଥାଏ। ଏଣୁ ବାଣ ଫୁଟାଇବାରେ ଆଖି ବା ତ୍ୱଚାରେ ହାତ ଲଗାନ୍ତୁ ନାହିଁ। ଏହାଦ୍ୱାରା ଆଖି ଓ ତ୍ୱଚା ଉଭୟ ପ୍ରତି ବିପଦ ରହିଥାଏ।

୯) ବାଣ ଫୁଟାଉଥିବା ସ୍ଥାନରେ ଏକ ଜଳପୂର୍ଣ୍ଣ ପାତ୍ର ଏବଂ ପ୍ରାଥମିକ ଚିକିତ୍ସା ବାକ୍ସ ରଖନ୍ତୁ।

୧୦) ଆପଣଙ୍କ ପାଖରେ ଅନ୍ୟମାନେ ବାଣ ଫୁଟାଉଥିଲେ ସେଥିପ୍ରତି ମଧ୍ୟ ସତର୍କ ରୁହନ୍ତୁ।

୧୧) ବାଣ କିଣିବା ସମୟରେ କେଉଁ ବାଣ କିପରି ଫୁଟେ ତାହା ଠିକ୍‍ ଭାବରେ ପଚାରି ବୁଝିନିଅନ୍ତୁ।


ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.