ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ ଭେଟି ଆଲୋଚନା କଲେ କଲ୍ୟାଣ ବିଭାଗ ଶିକ୍ଷକ ସଂଘ

ରାୟଗଡ଼ା,୨୭/୧୦ : ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ନୂତନ କର୍ମକର୍ତ୍ତାମାନେ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଂଗରେ ଆଲୋଚନା କରିଛନ୍ତି । ରାଜ୍ୟ ଉପସଭାପତି ଉମା ଶଙ୍କର ପଣ୍ଡାଙ୍କ ନେତୃତ୍ବରେ ରାୟଗଡ଼ା ଶାଖା ଲାଗି ନିର୍ବାଚିତ ସମସ୍ତ କର୍ମକର୍ତ୍ତାମାନେ ପ୍ରଥମ ଥର ଲାଗି ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ବାଳଙ୍କୁ ସାକ୍ଷାତ କରିଥିଲେ । ଶ୍ରୀ ବିଶ୍ବାଳ ନୂତନ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇ ସ୍ଵାଗତ କରିବା ସହ ସହଯୋଗ କାମନା କରିଥିଲେ । ବିଭିନ୍ନ ପ୍ରସଂଗ ସଂପର୍କରେ କର୍ମକର୍ତ୍ତାମାନେ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ଖୁବ୍ ଶୀଘ୍ର ଆରଏସିପି, ଏମଏସିପି କରିବା ସହ ନୂତନ ନିଯୁକ୍ତି ପ୍ରଦାନ କରିବା ନେଇ ନିଜପଟୁ ପ୍ରତିଶୃତି ଦେଇଥିଲେ ଏବଂ ସଂଘ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯିବା ସମସ୍ୟାଗୁଡିକୁ ଆଗାମୀ ସମୟରେ କାର୍ଯ୍ୟକାରୀ କରିବି ବୋଲି ମତ ରଖିଥିଲେ । ପରେ କର୍ମକର୍ତ୍ତାମାନେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ବିବିଧ ପ୍ରସଂଗରେ ବିଶଦ୍ ଆଲୋଚନା କରିଥିଲେ । ମନ୍ତ୍ରୀ ସାରକା ଅଭିନନ୍ଦନ ଜଣାଇବା ସହ ଜିଲ୍ଲାର ଶିକ୍ଷକ ଓ ବିଭାଗୀୟ ବିଦ୍ୟାଳୟର ସମସ୍ୟାଗୁଡିକୁ ସମାଧାନ ଲାଗି ପ୍ରତିଶୃତି ଦେଇଥିଲେ । ପରେ ବିଭାଗୀୟ ମନ୍ତ୍ରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଶିକ୍ଷକ ସଂଘ ମଧ୍ୟରେ ଏକ ମିଳିତ ସୌହାର୍ଦ୍ୟପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ରାୟଗଡ଼ା ଜିଲ୍ଲା ସଭାପତି ମନୋଜ ଗମାଙ୍ଗ, କାର୍ଯ୍ୟକାରୀ ସଭାପତି କେ ବାମନା ମୂର୍ତ୍ତି, ଉପସଭାପତି ପ୍ରଦୀପ ଚୌଧୁରୀ, ପି ହେମ୍ କୁମାର, ସଧାରଣ ସଂପାଦକ ଶ୍ରୀନିବାସ ରାଓ, ଯୁଗ୍ମ ସଂପାଦକ ସ୍ବାଧୀନ ସାହୁ , କବିତା ଜାଡି, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ସାହୁ, ସଙ୍ଗଠନ ସଂପାଦକ ତିରୁମୂଲା ବୋଦାନା, ସମୀକ୍ଷକ ସୁବାଷ ଗମାଙ୍ଗ ଓ ଅନନ୍ତ ବୈଷ୍ଣବ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ । ଖୁବ୍ ଶୀଘ୍ର ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ସମ୍ବଳିତ ଦାବୀ ପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯିବ ବୋଲି ସଭାପତି ଗମାଙ୍ଗ କହିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.