ଜେକେ କାଗଜ କଳରେ ବୋନସକୁ ନେଇ ଠିକା ଶ୍ରମିକ ଅଶାନ୍ତି 

ରାୟଗଡ,୨୭/୧୦ : ରାୟଗଡ ଜିଲ୍ଳାର ଅଗ୍ରଣୀ ଶିଳ୍ପାନୁଷ୍ଠାନ ଜେକେ କାଗଜ କଳରେ ବୋନସ ପ୍ରଦାନକୁ ନେଇ ଦେଖାଦେଇଛି ଠିକା ଶ୍ରମିକମାନଙ୍କ ମଧ୍ୟରେ ଅଶାନ୍ତି । ବୋନସ ପ୍ରଦାନକୁ ନେଇ ଠିକା ଶ୍ରମିକ ସଂଘ ପକ୍ଷରୁ କରାଯାଇଥିବା ଦାବିକୁ ଏଡାଇ ଦିଆଯାଇ କଂଟ୍ରାକ୍ଟରମାନେ ନିଜେ ନିଷ୍ପତି ନେଇ ନିଜ ମନଇଚ୍ଛା ମୁତାବକ ବୋନସ ପ୍ରଦାନ କରିଥିବା ବେଳେ କମ୍ପାନୀ କର୍ତୁପକ୍ଷ, ପ୍ରଶାସନର ବିନା ଆଲୋଚନାରେ ନୋଟିସ ଜାରି କରିଥିବାରୁ ଏହାକୁ ପ୍ରତିବାଦ କରି ଶନିବାର ଅପରାହ୍ନରେ କାର୍ଯ୍ୟ ବନ୍ଦ କରି ଶତାଧିକ ଠିକା ଶ୍ରମିକମାନେ ବାହାରକୁ ଚାଲି ଆସି ମୁଖ୍ୟ ରାସ୍ତାକଡରେ ଧାରଣାରେ ବସିଥିଲେ । ତେବେ ଆଇନ ଶୃଙ୍ଖଳା ଦୃଷ୍ଟିକୁ ନେଇ ଚାନ୍ଦିଲି ଥାନା ପକ୍ଷରୁ କମ୍ପାନୀର ମୁଖ୍ୟ ଗେଟ ସମେତ ଅନ୍ୟ ସ୍ଥାନଗୁଡିକରେ ପୋଲିସ ମୁତୟନ କରାଯାଇ ପରିସ୍ଥିତ ଉପରେ ନଜର ରଖାଯାଇଥିଲା । ଏ ନେଇ ଜେକେ କାଗଜ କଳ ଠିକା ଶ୍ରମିକ ସଂଘର ସଭାପତି ସୀତାରାମ ପେଦେଂଟି ଚଳିତ ମାସ ଅକ୍ଟୋବର ୯ତାରିଖରେ ଜେକେ କାଗଜ କଳ ଅଧୀନରେ ଥିବା ସମସ୍ତ କଂଟ୍ରାକ୍ଟରମାନଙ୍କ ସମେତ କମ୍ପାନୀ କର୍ତୁପକ୍ଷ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ ତଥା ଜିଲ୍ଳା ଶ୍ରମ ଅଧିକାରୀ କାର୍ଯ୍ୟାଳୟକୁ ପୋଷ୍ଟାଲ ଯୋଗେ ଗତ ୨୦୧୮-୧୯ବର୍ଷର ୨୦୧୮ ଏପ୍ରିଲ ୧ତାରିଖରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ୭ମାସ ଏବଂ ନୂତନ ଦୈନିକ ମଜୁରୀ ବ୍ୟବସ୍ଥା ଅନୁଯାୟୀ ୨୦୧୮ ନଭେମ୍ବର ୧ତାରିଖରୁ ୨୦୧୯ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ୫ମାସ ସମୁଦାୟ ୧ବର୍ଷର ବୋନସ ପ୍ରଦାନ ନିମିତ ଶ୍ରମିକ ବର୍ଗ ଅନୁଯାୟୀ ପ୍ରଦାନ କରିବା ପାଇଁ ପ୍ରେରଣ କରାଯାଇଥିଲା । ତେବେ ବୋନସ ଆକ୍ଟ ୧୯୬୫ ପ୍ରକାରେ ଶ୍ରମିକମାନଙ୍କୁ ସେମାନଙ୍କୁ ବୋନସ ପ୍ରଦାନ ପାଇଁ ଶତ ପ୍ରତିଶତ ଉପସ୍ଥାନ ଥିବା ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ୧୧ହଜାର ଓ କୁଶଳୀ ଓ ଅତି କୁଶଳୀ ଶ୍ରମିକ ବର୍ଗଙ୍କୁ ୧୨ହଜାର ଟଙ୍କା ବୋନସ ପ୍ରଦାନ ସମେତ ଗୁଡ, ସାବୁନ ଓ ତେଲ ନିମନ୍ତେ ୮୦ଟଙ୍କା ବୃଦ୍ଧି କରାଯାଇଥିବା ନୋଟିସରେ ଉଲ୍ଳେଖ କରାଯାଇଥିବା ସେ କହିଛନ୍ତି ।

ତେବେ ଏ ସଂକ୍ରାନ୍ତରେ ଜେକେ କାଗଜ କଳ କର୍ତୁପକ୍ଷଙ୍କ ଠାରୁ କୈାଣସି ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ ସହକାରୀ ଶ୍ରମ ଅଧକାରୀ ଛୋଟରାଏ ଟୁଡୁ କମ୍ପାନୀ କର୍ତୁପକ୍ଷଙ୍କୁ ବୋନସ ପ୍ରଦାନ ନିମିତ ସମସ୍ତ ବିଷୟବସ୍ତୁ ବିଭାଗକୁ ଅବଗତ କରାଇବା ପାଇଁ କୁହାଯାଇଥିବା ବେଳେ ଶ୍ରମିକମାନଙ୍କ ବୋନସ ପାଇବାରେ ଆଲୋଚନା କରାଯିବ ବୋଲି କହିଛନ୍ତି । ନିୟମିତ କର୍ମଚାରୀଙ୍କ ବୋନସ ଅନୁଯାୟୀ ୨୦ପ୍ରତିଶତ ହିସାବରେ ପ୍ରଦାନ କରିବା ପାଇଁ ଅନୁରୋଧ ତଥା ଦାବି କରାଯାଇଥିଲା । 

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in


ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.