ରାଧା କୃଷ୍ଣ ଆଞ୍ଚଳିକ ଯାଦବ ସମାଜ ମାଲିଝରର ୨୧ତମ ଗିରି ଗୋବର୍ଦ୍ଧନ ପୂଜା

ଫୁଲମତି ପାହାଡ ପାଦ ଦେଶରେ ଆରମ୍ଭ ହେଲା ପୂଜା : ଉତ୍ସବ ମୁଖର ମାଲିଝର ଅଞ୍ଚଳ

ଟିଟିଲାଗଡ,୨୮/୧୦ : ଯଦୁକୂଳ ପତି ଭଗବାନ ଶ୍ରୀକୃଷ୍ଣ ପ୍ରକୃତି ଓ ପରଂବ୍ରହ୍ମଙ୍କ ମହନୀୟତା ବିଷୟରେ ଗୋପପୁରର ଗୋପାଳ ମାନଙ୍କୁ ସଚେତନ କରିବାକୁଯାଇ ଗୋବର୍ଦ୍ଧନ ପୂଜନ ଆରମ୍ଭ କରିଛନ୍ତି । ଗର୍ବ ଗଞ୍ଜନବାନା ଧାରଣ କରିଥିବା ପରଂବ୍ରହ୍ମ ପରମପୁରୁଷ ସଂସାରବାସୀଙ୍କୁ ସତ ଶିକ୍ଷା ଦେବାପାଇଁ ମାନବୀୟ ଲିଳା ଖେଳା ମାଧ୍ୟମରେ ଭୂଲ ଠିକର ପ୍ରଭେଦ ଦେଖାଇଛନ୍ତି ।

ଦେବରାଜ ଇନ୍ଦ୍ରଙ୍କ ଦର୍ପ ଦଳନ କରିବାକୁଯାଇ କାଣି ଆଙ୍ଗୁଳିରେ ଗୋବର୍ଦ୍ଧନ ପର୍ବତକୁ ଧାରଣ କରି ଏହି ପୂଜାର ଅୟମାରମ୍ଭ କରିଛନ୍ତି । ଯଦୁକୂଳରୁ ଆରମ୍ଭ ହୋଇଥିବା ଏହି ପୂଜା ବର୍ତ୍ତମାନସୁଦ୍ଧା ଯଦୁବଂଶୀ (ଯାଦବ) ମାନଙ୍କ ସହ ସର୍ବ ସାଧାରଣରେ ଅନୁଶୃତ ହୋଇ ଧାର୍ମିକ ପୃଷ୍ଠଭୂମିକୁ ରୁଦ୍ଧିମନ୍ତ କରିଛି, ସେହିକ୍ରମରେ ମାଲିଝର ଗାଁର ଫୁଲମତୀ ପାହାଡ ପାଦଦେଶରେ ଆରମ୍ଭ ହୋଇଛି ଗିରି ଗୋବର୍ଦ୍ଧନ ପୂଜା । 

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମାଲିଝର ଗ୍ରାମର ଫୁଲମତୀ ପାହାଡ ପାଦ ଦେଶରେ ଥିବା ଗିରୀ ଗୋବର୍ଦ୍ଧନ ମଠ ଠାରେ ରାଧା କୃଷ୍ଣ ଆଞ୍ଚଳିକ ଯାଦବ ସମାଜ ମାଲିଝର ଶାଖା ତରଫରୁ ୨୧ତମ ବାର୍ଷିକ ଗିରୀ ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହେଉଛି । ରବିବାର ଅଧିବାସ ଉପଲକ୍ଷେ ସୁଦୁର ତେଲ ନଦୀ ଠାରୁ ବହୁ ଆଡମ୍ବରରେ କଳସ ଯାତ୍ରା କରି ପ୍ରହରୀ ମଣ୍ଡପ ଠାରେ କଳସ ସ୍ଥାପନା କରିବା ସହିତ ଦ୍ବୀପ ପ୍ରଜ୍ଜଳନ କରାଯାଇଥିଲା ।ଡଙ୍ଗାବାହାଲ ମଠର ପ୍ରବଚକ ପଣ୍ଡିତ ବାଳକ ଦାସଙ୍କ ପ୍ରବଚନ ଶ୍ରୋତା ମାନଙ୍କୁ ବେସ୍ ଆକୃଷ୍ଟ କରି ରଖିଥିଲା । ଆଜି (ସୋମବାର) ନାମାରମ୍ଭ ହୋଇ ଯାଇଥିବା ବେଳେ ବିଧି ମୁତାବକ ପୂଜା କାର୍ଯ୍ୟ ଚାଲିଛି । ମଙ୍ଗଳବାର ମନୋରଞ୍ଜନ ପାଇଁ ଦଣ୍ଡନୃତ୍ଯ କାର୍ଯ୍ୟକ୍ରମ ରହିଥିବାରୁ ବହୁ ଜନ ସମାଗମ ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ଯଜ୍ଞ କର୍ତା ଭାବେ ଶ୍ରୀଯୁକ୍ତ କେଶରୀ ବଗର୍ତ୍ତୀ ଓ ଧର୍ମ ପତ୍ନୀ ଶ୍ରୀମତୀ କୈକେୟା ବଗର୍ତ୍ତୀ ରହିଥିବା ବେଳେ ପୂଜକ ଶ୍ରୀଯୁକ୍ତ ଫିରୋଜ କୁମାର ଦାଶ ,ସୁବାଷ ଚନ୍ଦ୍ର ଦାଶ, ଅକ୍ଷୟ କୁମାର ମହାପାତ୍ର ଉପସ୍ଥିତ ରହି ଉକ୍ତ ଯଜ୍ଞ ସମ୍ପାଦନ କରୁଛନ୍ତି । ରାଧା କୃଷ୍ଣ ଆଞ୍ଚଳିକ ଯାଦବ ସମାଜ ମାଲିଝର ଶାଖା ର ସଭାପତି ଶ୍ରୀଯୁକ୍ତ ଦେବ କଟା, ସମ୍ପାଦକ ଶ୍ରୀଯୁକ୍ତ ବିନୋଦ ମହାକୁର ଓ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରାମାକାନ୍ତ ଗହିର ଉପସ୍ଥିତ ରହିଥିବା ବେଳେ କମିଟିର ସମସ୍ତ ସଦସ୍ୟ ତଥା ଅନ୍ୟାନ୍ୟ ଶତାଧିକ ଭକ୍ତ ମାନଙ୍କ ସମାଗମ ଲାଗିରହିଛି ।

ଟିଟିଲାଗଡ ରୁ ଭିଷ୍ମସେନ ମହାକୁରଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.