ଅଳ୍ପ ଗଳ୍ପ ପୁରାଣ ପ୍ରସଙ୍ଗରୁ : ଶ୍ରୀରାମଙ୍କ ଶରଣାଗତ-ବତ୍ସଳତା

ବିଭୀଷଣ ଭଗବାନ ଶ୍ରୀରାମଙ୍କର ଶରଣ ନେବାପରେ ତାଙ୍କର ସମସ୍ତ ଦୋଷକୁ ଭଗବାନ ନିଜର ଦୋଷ ଭାବେ ସ୍ବୀକାର କରିଥିଲେ । କୌଣସୀ ସମୟରେ ବିଭୀଷଣ ସମୁଦ୍ରର ଅପର ପାର୍ଶ୍ବକୁ ଆସି ବିପ୍ରଘୋଷ ନାମକ ଗ୍ରାମରେ ପ୍ରବେଶକଲେ । ଅଜ୍ଞାତବଶତଃ ତାଙ୍କ ଦ୍ବାରା ବ୍ରହ୍ମହତ୍ୟା ହୋଇଗଲା । ଫଳରେ ସେ ଅଞ୍ଚଳର ବ୍ରାହ୍ମଣମାନେ ଆସି ବିଭିଷଣଙ୍କୁ କୋଠର ଦଣ୍ଡ ଦେଲେ ଓ ବାଡିଆପିଟା କଲେ, ପରନ୍ତୁ ସେ ମଲେନାହିଁ, ବରଂ ବଞ୍ଚିଗଲେ । ପୁଣି ବ୍ରାହ୍ମଣମାନେ ତାଙ୍କୁ ଶିକୁଳିରେ ବାନ୍ଧି ମାଟି ତଳେ ଥିବା ଗୋଟିଏ ଗୁମ୍ଫାରେ ତାଙ୍କୁ କାରାବଦ୍ଧ କରିଦେଲେ । ଭଗବାନ ଶ୍ରୀରାମଙ୍କୁ ଏସବୁ ବିଷୟ ଜ୍ଞାତ ହେବାକ୍ଷଣି ପୁଷ୍ପକ ବିମାନଦ୍ବାରା ସେ ସେଠାରେ ପହଞ୍ଚିଲେ । ବ୍ରାହ୍ମଣମାନେ ଭଗବାନ ଶ୍ରୀରାମଙ୍କୁ ଦେଖି ପୂଜା ସତ୍କାର କଲେ ଏବଂ ବ୍ରହ୍ମହତ୍ୟାକାରୀ ବିଭୀଷଣ ବିଷୟରେ କହିଲେ – ଭଗବାନ ଆମେ ଏହାକୁ ବହୁତ ବାଡିଆପିଟା କଲୁ କିନ୍ତୁ ଏ ମଲାନାହିଁ । ଏକଥା ସୁଣି ଭଗବାନ ଶ୍ରୀରାମ କହିଲେ – ହେ ବ୍ରାହ୍ମଣ ଦେବତାମାନେ ! ମୁଁ ବିଭୀଷଣକୁ କଳ୍ପ ପର୍ଯ୍ୟନ୍ତ ଆୟୁ ଓ ରାଜ୍ୟ ପ୍ରଦାନ କରିଛି । ତୁମ୍ଭେମାନେ ତାକୁ ବଧ କରିପାରିବନାହିଁ । ଲେ ମୋର ଭକ୍ତ ଅଟେ, ଏଣୁ ଭକ୍ତପାଇଁ ମୁଁ ସ୍ବୟଂ ଦେହତ୍ୟାଗ କରିବାକୁ ପ୍ରସ୍ତୁତ ଅଛି । ଦାସଦ୍ବାରା କରାଯାଇଥିବା ଅପରାଧର ପରାଭବ ତା’ର ମାଳିକ ଉପରେ ପଡିଥାଏ । ଅର୍ଥାତ ମାଲିକ ସେହି ଦଣ୍ଡଭୋଗର ପାତ୍ର ହୁଏ । ତେଣୁ ବିଭୀଷଣ ବଦଳରେ ମୋ ପ୍ରତି ଦଣ୍ଡ ବିଧାନ କର । ପ୍ରଭୂଙ୍କର ଏପରି ଶରଣାଗତ-ବତ୍ସଳତା ଦେଖି ବ୍ରାହ୍ମଣମାନେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ଓ ଶ୍ରୀରାମଙ୍କ ଶରଣାଗତ ହୋଇଗଲେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

Udyog Nursery
Udyogi Nursery

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.