ବାଆଦି ଠାକୁରଙ୍କ ବାର୍ଷିକ ଦଶରା ଉପଲକ୍ଷେ ଘୁମୁରା ଓ ନୃତ୍ୟ ପ୍ରତିଯୋଗିତା

କୋକସରା,୨୮/୧୦ : ଆଦିମ ସଂସ୍କୃତି ଓ ଧର୍ମଧାରାର ଏକ ପ୍ରତ୍ୟକ୍ଷ ଦେବତା ବାଆଦି ଠାକୁରଙ୍କ ବାର୍ଷିକ ଦଶରା ମହୋତ୍ସବ ପାରମ୍ପାରିକ ରିତିନିତି ଅନୁକ୍ରମେ ପାଳିତ ହୋଇଯାଇଛି । ଦେବତାଙ୍କ ପ୍ରତି ଗଭିର ଆସ୍ଥା ଓ ବିଶ୍ବାସ ଯୋଗୁଁ ଏହି ପର୍ବ ଦେଖିବାପାଇଁ ପ୍ରବଳ ଜନସମାଗମ ହୋଇଥିଲା । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତର ଆରଧ୍ୟ ଦେବତା ପ୍ରଭୁ ବାଆଦି ଠାକୁରଙ୍କ ବାର୍ଷିକ ଦଶରା ମହୋତ୍ସବ ରବିବାର ତଳାଗାଁ ଠାରେ ଧୁମଧାମର ସହ ପାଳିତ ହୋଇଛି ।

ଜନତାଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଘୁମୁରା ଓ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କୋକସରା +୨ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋବର୍ଦ୍ଧନ ବାଗ ଯୋଗଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବରେ ଜିତେନ୍ଦ୍ର କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ବଡପୋଡାଗୁଡା ପଞ୍ଚାୟତ ନାଏବ ସରପଞ୍ଚ ଧନୁ ଦୁର୍ଗା, ଅଭିମନ୍ୟୁ ପୁଝାରୀ, ଡମ୍ବୁଡା ନାଏକ ପ୍ରମୁଖ ଯୋଗଦେଇ ଥିଲେ।

ପ୍ରଥମେ ଅତିଥି ମାନେ ମଞ୍ଚାସିନ ହେଲା ପରେ ମାଁ ବସ୍ତରେନ ମାଉଲି ଦେବିଙ୍କ ଶିରା ସ୍ବର୍ଗତ ଦୁର୍ଯୋଧନ ମାଝିଙ୍କ ଅମର ଆତ୍ମାର ଶଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେକର୍ଡ ଡ୍ୟାନ୍ସ୍ ଓ ଘୁମୁରା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ରେକର୍ଡ ଡ୍ୟାନ୍ସ୍ ପ୍ରତିଯୋଗିତା ରେ ମୋଟ ୮ ଗୋଟି ଡ୍ୟାନ୍ସ୍ ପ୍ରତିଯୋଗି ଭାଗନେଇଥିବା ବେଳେ କଳାହାଣ୍ଡିର ଲୋକ ବାଦ୍ୟ ଘୁମୁରା ମୂଖ୍ୟ ଆକର୍ଷଣ ହୋଇଥିଲା। ମୋଟ ୧୨ଟି ଘୁମୁରା ଦଳ ଯୋଗଦେଇ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବାବେଳେ ରାବନଗୁଡା ଘୁମୁରା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ, ଦ୍ବିତୀୟ ସ୍ଥାନରେ ଅନ୍ତର୍ଲା ଓ ତୃତୀୟ ସ୍ଥାନରେ ସାରେଶମାଲ ଦଳ ରହିଥିଲା।

ବାଆଦି ଠାକୁର ଦଶରା ପୁଜା କମିଟିର ସଭାପତି ଧର୍ମାନନ୍ଦ ନାଏକ, ସଂପାଦକ ମନୋଜ କୁମାର ଦାସ, କୋଷାଧ୍ୟକ୍ଷ ଶିବରାମ ନାଏକ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିବା ବେଳେ ଅନୁଷ୍ଠାନର ବରିଷ୍ଠ ସଦସ୍ଯ ଗୋବର୍ଦ୍ଧନ ନାଏକ, ଜଗଦୀଶ ନାଏକ, ହରିଶ୍ଚନ୍ଦ୍ର ନାଏକ, ଲାଲସିଂ ବାଗ, ଭଜମନ ନାଏକ, ଘାସିରାମ ନାଗ, ପଦ୍ମନ ପୁଝାରୀ, ଅମର ନାଏକ, ହେମନ୍ତ ସୁନା ପ୍ରମୁଖ ସହିତ ଗ୍ରାମବାସୀ ବିଶେଷ ସହଯୋଗ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଗଜିନ୍ଦ୍ର ନାଗ ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.