ବାଲି ମାଫିଆଙ୍କ ଗୁଣ୍ଡାରାଜ, କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ 

ଥାନାରେ ଲିଖିତ ଏତଲା ଦେଲେ ସାମ୍ବାଦିକ

Omkar Vasthu
Omkar Vasthu

ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରାନଗଲେ ଆନ୍ଦୋଳନକୁ ଓହ୍ଲାଇପାରେ ମିଡିଆ ସଂଘ

Pearl dental clinic
Near Ashish Medical Store, Bhawanipatna

ଜୁନାଗଡ,୨୯/୧୦ : ଖବର ସଂଗ୍ରହ ପାଇଁ ନଦୀପଠାକୁ ଯାଇଥିବା ସମୟରେ ବାଲି ମାଫିଆ ମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ଦୁଇଜଣ ସାମ୍ବାଦିକ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତ ସାମ୍ବାଦିକମାନେ । 

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲାର ଅନେକ ଛୋଟ ଛୋଟ ନଦୀନାଳ ବାଲି ମାଫିଆଙ୍କ କବ୍ଜାରେ ରହିଛି । ଏଠାରୁ ପ୍ରତହ୍ୟ ଟ୍ରିପ ଟ୍ରିପ ବାଲି ଚୋରା ଚାଲାଣ ହେଉଛି । ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି । ଜୁନାଗଡ ବ୍ଲକ ଦାସୀଗାଁ ସନ୍ନିକଟ ହାତୀ ନଦୀ ପଠାରୁ ବେଆଇନ ବାଲି ଚାଲାଣ ହେଉଥିବା ଖବରପାଇ ଆଜି (ମଙ୍ଗଳବାର) ଉତ୍କଳ ଓଡିଆର ସାମ୍ବାଦିକ ତୁଳମଣୀ ନାଗ ଓ ଫୋକସ୍ ଅନ୍ ନେସନ ସାମ୍ବାଦିକ ଦୂର୍ଯ୍ୟୋଧନ ମାଝୀ ଖବର ସଂଗ୍ରହ କରିବା ପାଇଁ ଉକ୍ତ ଯାଗାକୁ ଯାଇଥିଲେ । ବାଲି ଚୋରାଚାଲାଣ ହେଉଥିବା ଜାଣି ଘଟଣା ସମ୍ପର୍କରେ ଜୁନାଗଡ ତହସିଲଦାରଙ୍କୁ ଫୋନ ଯୋଗେ ଜଣାଇ ଥିଲେ । ଏହି ସମୟରେ ଗୋଟିଏ କାର ଓ ଦୁଇଟି ମୋଟର ସାଇକେଲରେ ପାଞ୍ଚରୁ ଛଅ ଜଣ ବ୍ଯକ୍ତି ଆସି ହଠାତ୍ ଆସି ଆକ୍ରମଣ କରିବା ସହ ଆମ କାର୍ଯ୍ୟରେ ବାଧା ଦେଲେ ଜୀବନରୁ ମାରିଦେବାର ଧମକ ଦେଇଥିବା ସାମ୍ବାଦିକ ଦ୍ବୟ ପ୍ରକାଶ କରିଛନ୍ତି ।

ଘଟଣା ସମ୍ପର୍କରେ ଖବର ପାଇ କଳାହାଣ୍ଡି ୱେବ୍ ମିଡିଆ ସଘଂର କିଛି କର୍ମକର୍ତ୍ତାଙ୍କ ସହ ସଭାପତି ଆଦିତ୍ଯ ପ୍ରସାଦ ମହାନ୍ତି ଓ ସାଧାରଣ ସଂପାଦକ ସଂଗ୍ରାମ କେଶରୀ ପାତ୍ର ଓ ସଙ୍ଘର୍ଷ ଆଇନ ପରାମର୍ଶଦାତା ଆଇନଜୀବି ହିମାଂଶୁ ବରାଡ ପହଞ୍ଚି ଦୁଇ ସାମ୍ବାଦିକଙ୍କ ସହ ଜୁନାଗଡ ଥାନାରେ ଲିଖିତ ଅଭିଯୋଗ କରିବା ସହ ଶିଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବି କରିଛନ୍ତି ।

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସଂପର୍କରେ ଜଣାପଡିବାପରେ କଳାହାଣ୍ଡି ୱେବ୍ ମିଡିଆ ସଂଘ ତରଫରୁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବାସହ ନିନ୍ଦା କରାଯାଇଛି । ଆସାମୀ ମାନଙ୍କୁ ଶିଘ୍ର ଗିରଫ କରାନଗଲେ ମିଡିଆ ସଘଂ ପକ୍ଷରୁ ବଡ ଧରଣର ଆନ୍ଦୋଳନ ହେବାର ସମ୍ଭାବନା ରହିଛି ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.