କଳାହାଣ୍ଡି,୩୦/୧୦ : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରାକ୍ସି ପଞ୍ଚାୟତ ଅନ୍ତର୍ଗତ ବୁଢିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସଞ୍ଜୟ କୁମାର ଧଙ୍ଗଡାମାଝୀ ଯୋଗଦେଇଥିବା ବେଳେ
ସଭ୍ୟା ସସ୍ମିତା ବେନିଆ, ଯାଜ୍ଞସେନୀ ଲୋହରା, ସଭ୍ୟ ଗୁଣନିଧି ହରିଜନ, ଦେବରାଜ ମାଝୀ, ୱାର୍ଡ ସଭ୍ୟା ଲବଙ୍ଗ ଧଙ୍ଗଡାମାଝୀ, ପ୍ରଧାନ ଶିକ୍ଷକ ଡୋଲେଶ୍ବର ସାହୁ, ଶିକ୍ଷୟତ୍ରୀ ସରୋଜିନୀ ବଗର୍ତ୍ତୀ ପ୍ରମୂଖ ଉପସ୍ଥିତ ରହି ୧୧୨ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରିଥିଲେ ।