କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ୱାର୍ଲ୍ଡ ଷ୍ଟ୍ରୋକ ଡେ ପାଳିତ

କୋକସରା,୩୦/୧୦ : କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ୱାର୍ଲ୍ଡ ଷ୍ଟ୍ରୋକ ଡେ ପାଲିତ ହୋଇଯାଇଛି । ଭାରପ୍ରାପ୍ତ ଚିକିତ୍ସାଧିକାରୀ (ମସ୍ତିସ୍କାଘାତ ଅଭିଜ୍ଞ ) ଡା. ତତ୍ତ୍ବଦର୍ଶୀ ଦାସ ଷ୍ଟୋକ କଣ ଓ ଏହାର କାରଣ ନିରାକରଣ ସମ୍ପର୍କରେ ବିଷଦ ଭାବେ ଉପସ୍ଥିତ ସ୍ବାସ୍ଥ୍ୟକର୍ମଚାରୀ ମାନଙ୍କୁ ବୁଝାଇଥିଲେ, ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀ ଚିଦାନନ୍ଦ ପଣ୍ଡା ଏହି ମସ୍ତିସ୍କାଘାତ ରୋକିବାରେ ଆଶାମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।
ପରିଶେଷରେ ଏକ କୁଇଜ୍ ପ୍ରତିଯୋଗିତା କରାଯାଇ ବିଜୟୀନି ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା ।

ଏହି ପରିପେକ୍ଷିରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋକସରା ତରଫରୁ ମ୍ୟାଲେରିଆ ପ୍ରବଣ ଚିହ୍ନଟ ପୂର୍ବକ ବିଭିନ୍ନ ଗ୍ରାମରେ ମ୍ୟାଲେରିଆ ସମ୍ବନ୍ଧୀୟ ସଚେତନା ଅଭିଯାନ ରଥ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡା. ତତ୍ତ୍ବଦର୍ଶୀ ଦାସଙ୍କ ଦ୍ବାରା ଉଦଘାଟିତ୍ ହୋଇଯାଇଛି। ଏହା ଆମପାଣି, ବଡପୋଡାଗୁଡା, ଘଣ୍ଟିଗୁଡା, ଖଲିଗଡ ଭଲି ବିଭିନ୍ନ ଉପାନ୍ତ ଅଞ୍ଚଲକୁ ବୁଲି ସଚେତନା ଆଣିବ । ଭି.ବି.ଡି.ଟି.ଏସ୍. ଦୁଷ୍ମନ୍ତ କୁମାର ରାଉତ, କୃଷ୍ଣ କାଣ୍ଡ ଗ୍ରାମର ସ୍ବାସ୍ଥ୍ୟକର୍ମୀ ବିଭିନ୍ନ ଅଞ୍ଚୱକୁ ବୁଲି ସଚେତନା କାର୍ଯ୍ୟକ୍ରମ କରିଥିଲେ ।କାର୍ଯ୍ୟକ୍ରମକୁ ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀ ଚିଦାନନ୍ଦ ପଣ୍ଡା ପରିଚାଲନା କରିଥିଲେ। ପରେ ଏକ ଦସ୍ତଖତ ଅଭିଯାନ କରାଯାଇ ସଭା ସାଙ୍ଗ କରାଯାଇ ଥିଲା ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.