ଛାତ୍ରଙ୍କୁ ଚପଲରେ ମାରିଲେ ଶିକ୍ଷକ ! ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ ଓ ଅବିଭାବକ

ସଂପୃକ୍ତ ଶିକ୍ଷକଙ୍କୁ ନିଳମ୍ବନ ଦାବିରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ 

ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଲା କଳଙ୍କ, ଗିରଫ ହେଲେ ଶିକ୍ଷକ

କୋକସରା,୩୦/୧୦ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମୋଟେର ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ସେହି ବିଦ୍ୟାଳୟର ଜଣେ କାର୍ଯ୍ୟରତ ଶିକ୍ଷକ ଗତକାଲି (ମଙ୍ଗଳବାର) ଚପଲରେ ମାଡ଼ ମାରିଥିବା ଅଭିଯୋଗ ନେଇ ଶିକ୍ଷକଙ୍କୁ ନିଳମ୍ବିତ କରିବା ଦାବିରେ ଛାତ୍ରଛାତ୍ରୀ ଓ ଅବିଭାବକ ମାନେ ଆଜି (ବୁଧବାର) ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।

ତେବେ ମାଡ଼ ଖାଇଥିବା ଛାତ୍ର ଗଗନ ଶବରଙ୍କ ଅଭିଯୋଗ ଅନୁସାରେ ସେ ଖେଳୁଥିବା ସମୟରେ ଶିକ୍ଷକଙ୍କ ଉପରେ ତାଙ୍କ ଚପଲ ଛିଟକି ପଡ଼ିଥିଲା, ଫଳରେ ଶିକ୍ଷକ ଆଦିତ୍ୟ ଦାସ ସେହି ଛାତ୍ରଙ୍କୁ ରାଗିଯାଇ ଚପଲରେ ମାରିଥିବା ଛାତ୍ର ଜଣକ କହିଛନ୍ତି। ତେବେ ଶିକ୍ଷକ ଆଦିତ୍ୟ ଦାସଙ୍କୁ ନିଳମ୍ବିତ କରିବା ଦାବିରେ ବୁଧବାର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଜାତୀୟ ରାଜପଥ ୨୬ କୁ ଅବରୋଧ କରିଛନ୍ତି। ଘଟଣା ସମ୍ପର୍କରେ କୋକସରା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତୋଫାନ ମାଝି ପହଞ୍ଚି ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି।

ଅନ୍ୟପକ୍ଷ ଛାତ୍ରଛାତ୍ରୀ ମାନେ ଶିକ୍ଷକ ଆଦିତ୍ୟ ଦାସଙ୍କୁ ନାଳମ୍ବିତ କରିବା ପାଇଁ ଅଡି ବସିଥିଲେ। ପାଖାପାଖି ୪ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ହେବା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ମୋଟର ଅଟକି ରହିଥିଲା। ଫଳରେ ଭବାନିପାଟଣା- ଜୟପୁର ଓ ମୁଖିଗୁଡା ରାସ୍ତା ରେ ଗାଡି ଚଳାଚଳ ବନ୍ଦ ରହିବା ଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା। ଖବର ପାଇ କୋକସରା ଥାନା ଏଏସଆଇ ବୁଲୁ ସେଠି ଘଟଣାସ୍ଥଳରେ ପହଂଚି ବୁଝାସୁଝା ଯାରି ରଖି ଶିକ୍ଷକ ଆଦିତ୍ୟ ଦାସଙ୍କୁ ଗିରଫ କରି ଥାନା ହେପାଜତକୁ ନେଲା ପରେ ରାସ୍ତା ଅବରୋଧ ହଟିଥିଲା।

Report : Hiranya Behera, Koksara Correspondent odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.