କଳାହାଣ୍ଡି,୩୦/୧୦ (ନବୀନ କିଶୋର ସାହୁ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୃଷି ଉଦ୍ୟାନ ବଗିଚାରେ କୃଷି ଜନ ସମ୍ପର୍କ ମେଳା ଅନୁଷ୍ଟିତ ହୋଇଯାଇଛି ।ବଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା କୃଷି ଅଧିକାରୀ ନରେନ୍ଦ୍ର ବେହେରା, ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା, ଏ.ଏ.ଓ. ମୋନାଲିସା ଜେନା, ତହସିଲଦାର ସର୍ବେଶ୍ବର ଜାଲ ପ୍ରମୁଖ ଯୋଗଦେଇ ସର୍ବଶ୍ରେଷ୍ଠ ଚାଷୀଙ୍କୁ ୨୫୦୦ ଟଙ୍କା ପୂରସ୍କୃତ କରିଥିଲେ । ଚାଷୀ ମାନଙ୍କୁ ଚାଷର ଅଧିକ ଲାଭବାନ ହେବାପାଇଁ ଏଥିରେ ସଚେତନ କରାଯାଇଥିଲା । ଏହି କାର୍ଯକ୍ରମକୁ କର୍ଲାମୁଣ୍ଡାର ଆତ୍ମା ସଂସ୍ଥା ପରିଚାଳନା କରିଥିଲେ।
ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ
https://facebook.com/odiabarta