୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜନଜାତି ଛାତ୍ରୀ ନିବାସ ଉଦଘାଟିତ

କଳାହାଣ୍ଡି,୩୦/୧୦ : କର୍ଲାମୁଣ୍ଡା ବ୍ଲକ ପୌରକେଲାରେ ୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜନଜାତି ଛାତ୍ରୀ ନିବାସ ଉଦଘାଟିତ ହୋଇଯାଇଛି । ନର୍ଲା ବିଧାୟକ ଭୁପିନ୍ଦର ସିଂ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରୀ ନିବାସର ଶୁଭାରମ୍ଭ କରିଥିଲେ । ଏ ଅବସରରେ ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ବିଡିଓ ପ୍ରିୟ ଦର୍ଶନୀ ମିର୍ଧା, ମଂଗଳ ସଂପ୍ରସାରଣ ଅଧିକାରୀ ସୁନୀଲ କୁମାର କର, ବ୍ଲକ ଅଧକ୍ଷା ଅମ୍ରିତା ସାହୁ, ପିଏ ଆଇଟିଡିଏ ବିରଞ୍ଚି ନାରାୟଣ ଦରୁଆନ, ସମାଜସେବୀ ଯୁଧିଷ୍ଟିର ଭୋଇ, ପୌରକେଲା ସମିତି ସଭ୍ୟ ସିମାଞ୍ଚଳ ଭୋଇ, ସରପଞ୍ଚ କେତକୀ ରଣା ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀବାସ୍ତବ ରଣା ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ସରପଞ୍ଚ କେତକୀ ରଣା ଧନ୍ୟବାଦ ଅର୍ପଣ କରିଥିଲେ।

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.