ରାୟଗଡରେ ବିଶ୍ୱ ମିତବ୍ୟୟିତା ଦିବସ 

ରାୟଗଡ,୩୧/୧୦ : ରାୟଗଡ ଜିଲ୍ଳା ପ୍ରଶାସନ ପକ୍ଷରୁ ବୁଧବାର ଜିଲ୍ଳାସ୍ତରୀୟ ବିଶ୍ୱ ମିତବ୍ୟୟୀତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଗଜପତି ଛକ ଠାରୁ ମ୍ୟୁନିସପାଲିଟି ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ଶୋଭାଯାତ୍ରାକୁ ସମ୍ବର୍ଦ୍ଧିତ କରି ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ ଶୋଭାଯାତ୍ରା ପଛେ ପଛେ ଏକ ଭ୍ରାମ୍ୟମାଣ ସଂଚୟ ରଥ ସହର ପରିଭ୍ରମଣ କରିଥିଲା ।

ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ସଂଚୟର ଉପାଦେୟତା ଏବଂ ଆଜିର ସମାଜରେ ବଢି ଚାଲିଥିବା ଅପଚୟର ସ୍ରୋତକୁ କିପରି ରୋକାଯାଇପାରିବ ସେ ବିଷୟରେ ବିଭିନ୍ନ ସ୍ଳୋଗାନ ଦେଇ ଓ ହାତରେ ପ୍ଳାକାର୍ଡ ଓ ବ୍ୟାନର ଧରି ସଚେତନତା ବାର୍ତା ବାଂଟିଥିଲେ ।

ଉକ୍ତ ଉତ୍ସବରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଳା ସ୍ୱଳ୍ପ ସଂଚୟ ଅଧିକାରୀ ଧ୍ରୁବ କୁମାର ନାୟକ, ଜିଲ୍ଳା କ୍ରୀଡା ଅଧିକାରୀ ଶେଖ ଅଲିନୁର, ରାୟଗଡ ସ୍ୱଂୟ ଶାସିତ ମହାବିଦ୍ୟାଳୟର ଏନସିସି ଅଫିସର ଶ୍ରୀ ବେହେରା, ମହିଳା ମହାବିଦ୍ୟାଳୟର ଏନସିସି ଅଫିସର ଶ୍ରୀମତି ରୀତାରାଣୀ ମିଶ୍ରଙ୍କ ସମେତ ସାମ୍ବାଦିକ, ବୁଦ୍ଧିଜୀବି ଓ ମାନ୍ୟଗଣ ବ୍ୟକ୍ତିମାନେ ଶୋଭାଯାତ୍ରାରେ ଭାଗ ନେଇଥିବା ବେଳେ ଉଭୟ ମହାବିଦ୍ୟାଳୟର ଏନସିସି ଛାତ୍ରଛାତ୍ରୀ ଓ ଶିଳ୍ପ ଅନୁଷ୍ଠାନ ତାଲିମ କେନ୍ଦ୍ରର ଏନଏସଏସର ଶତାଧିକ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.