‘ସମୟର ଚକ୍ର’ର ଶାରଦୀୟ ସାରସ୍ବତ ସମାରୋହ ଓ ପତ୍ରିକା ଲୋକାର୍ପଣ ଉତ୍ସବ

ବାଲେଶ୍ବର,୩୧/୧୦(ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ବର ସହର ସ୍ଥିତ ହୋଟେଲ କଳିଙ୍ଗ ପରିସରରେ ମାସିକ ସମ୍ବାଦ ଭିତ୍ତିକ ପତ୍ରିକା ‘ସମୟର ଚକ୍ର’ର ଅଷ୍ଟମ ବାର୍ଷିକ ଶାରଦୀୟ ସାରସ୍ବତ ସମାରୋହ ଓ ପତ୍ରିକା ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ କବି ତଥା ସୁସାହିତ୍ଯିକ ବ୍ରଜେନ୍ଦ୍ର ନାଥ ଗିରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବାଲେଶ୍ବରର ଭୂମିକନ୍ଯା ସୁବାସିନୀ ଜେନା ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ମୁଖ୍ଯବକ୍ତା ଭାବେ କବି ପ୍ରଶାନ୍ତ ଦାସ ଯୋଗଦେଇ ଲେଖକ ହୋଇ ଲେଖ ନାହିଁ, ଲେଖୁ ଲେଖୁ ଲେଖକ ହୁଅ ବୋଲି ବକ୍ତବ୍ୟରେ କହିଥିଲେ । ଅନ୍ଯତମ ଅତିଥିମାନଙ୍କ ମଧ୍ଯରେ ବିଜୟ ଜୀ, ଗୌରହରି ପ୍ରହରାଜ, ଅଧ୍ଯାପକ ଅଶ୍ବିନୀ ପ୍ରଧାନ, ସୁକାନ୍ତ ଗିରି, କବି ଅଭୟ ଦାସ, ଗଗନ କୁମାର ସେଠୀ, ଗାଳ୍ପିକ ଶାନ୍ତୁନୁୁ କୁମାର ପଟ୍ଟନାୟକ, ସମାଜସେବୀ ଅରୁଣ ଚାଟାର୍ଜୀ, ଶ୍ଯାମସୁନ୍ଦର ବେହେରା, ଦେବେନ୍ଦ୍ର କୁମାର ଧଳ, ଫକିରମୋହନ ସାହିତ୍ୟ ପରିଷଦର ସଭାପତି ଶିରିଶ ଜେନା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସମ୍ପାଦକ ସର୍ବେଶ୍ବର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦିକା ସତ୍ଯଭାମା ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।

ଏହି ଅବସରରେ ମଞ୍ଚାସୀନ ଅତିଥିମାନଙ୍କ ଦ୍ବାରା ‘ସମୟର ଚକ୍ର’ ଶାରଦୀୟ ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା । ଜୟନ୍ତ ପାଣିଗ୍ରାହୀ ଓ ଅର୍ଚ୍ଚିତା ପାଣିଗ୍ରାହୀଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ହୋଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା କବିମାନେ ସ୍ବରଚିତ କବିତା ପାଠକରି ସମ୍ବର୍ଦ୍ଧିତ ହେବା ସଙ୍ଗେ ସଙ୍ଗେ କିଛି ସାମ୍ବାଦିକ ଓ ସମାଜସେବୀ ମଧ୍ଯ ସମ୍ବର୍ଦ୍ଧିତ ହେଇଥିଲେ । ସେଥିମଧ୍ୟରୁ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଆଳଦା ଗ୍ରାମର ଲେଖକ ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ‘ସମୟର ଚକ୍ର ଜ୍ଯୋତି’, କୁମାର ଷ୍ଟାଲିନ ‘ସମୟର ଚକ୍ର କଳାଗୌରବ’, ରଶ୍ମିତା ରାଉତ ‘ସମୟର ଚକ୍ର ନାରୀପ୍ରତିଭା’ ଅନୁସୂୟା ପଣ୍ଡା ‘ସମୟର ଚକ୍ର ନାରୀକବି’ ଏବଂ ସାଗରିକା ମହାନ୍ତି ‘ସମୟର ଚକ୍ର ସୁଗୃହିଣୀ’ ସମ୍ମାନରେ ସମ୍ମାନିତ ହୋଇଥିଲେ ।


୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.