ମାଣ୍ଡେଲରେ ରାଷ୍ଟ୍ରିୟ ଏକତା ଦିବସ ଓ ଏକତା ଦୌଡ କାର୍ଯ୍ୟକ୍ରମ

କଳାହାଣ୍ଡି,୩୧/୧୦ (ନିରଞ୍ଜନ ଗୌଡ) : ଭାରତ ସରକାରଙ୍କ କ୍ରୀଡ଼ ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଏବଂ ରୟାଲ କ୍ଳବ ମାଣ୍ଡେଲର ସହଯୋଗରେ ଆଜି ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜନ୍ମବାର୍ଷିକୀ, ରାଷ୍ଟ୍ରୀୟ ଏକତା ଦିବସ ଓ ଏକତା ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ମାଣ୍ଡେଲ ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନ୍ତର୍ଜାତୀୟ ପର୍ବତାରୋହୀ ଯୋଗବ୍ୟାସ ଭୋଇ, ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଯୁବ ସଂଯୋଜକ ପ୍ରସନ୍ନ କୁମାର ମେହେର , ପ୍ରଧାନ ଶିକ୍ଷକ ଡୋଳାମଣି ସାହୁ, ନର୍ଲା କେନ୍ଦୁଲିଭ ଫରେଷ୍ଟର ଶୁଭେନ୍ଦୁ କୁମାର ବିଶି, ମାଣ୍ଡେଲ ସରପଞ୍ଚ ମନୋରମା ବାରିକ, ସମିତି ସଭ୍ୟା ଗାୟତ୍ରୀ ରଣା, ସମାଜ ସେବୀ ଗୋବିନ୍ଦ ତାଣ୍ଡି ପ୍ରମୂଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ର ଉଦ୍ଧେଶ୍ୟରେ ବିଭିନ୍ନ ଯୁବ ଅନୁଷ୍ଠାନ ରୁ ଆସିଥିବା ଯୁବ ଗୋଷ୍ଠିଙ୍କୁ ଅତିଥି ଗଣ ରାଷ୍ଟ୍ରୀୟ ଏକତା ଦିବସ ଉପରେ ଆଲୋକପାତ କରିଥିଲେ ।

ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଯୁବ ସଂଯୋଜକ ପ୍ରସନ୍ନ କୁମାର ମେହେର ଓ ଲେଖପାଳ ଦୂତିଆ ବନଛୋରଙ୍କ ତତ୍ତ୍ବାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ନର୍ଲା ବ୍ଲକର ଜାତୀୟ ଯୁବ ସ୍ବେଛାସେବୀ ମିଲନ କୁମାର ଭୋଇ, ଉତ୍କଳିକା ସାହୁ ,ପୂର୍ବତନ ଜାତୀୟ ଯୁବ ସ୍ବେଛାସେବୀ ହେମସାଗର ସାହୁ, ଜଗଦାନନ୍ଦ ପଧାନ (ଭବାନୀପାଟଣା), ରୟାଲ କ୍ଳବର ସଭାପତି ଅନନ୍ତ ବାରିକ, ସମ୍ପାଦକ ମୁରଲୀ ପୋଢ଼, ସହ ସମ୍ପାଦକ ମନୋଜ ଭୋଇ, ପ୍ରମୋଦ ସେନାପତି
ଓ ବ୍ଲକର କାର୍ଯ୍ୟକର୍ତ୍ତା ବୃନ୍ଦ ସହଯୋଗ କରିଥିଲେ ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.