ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

କଳାହାଣ୍ଡି,୩୧/୧୦: ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଶିବରାମ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ଶିକ୍ଷାବିତ ବ୍ରହ୍ମାନନ୍ଦ ସାମଲ, ସମାଜସେବୀ ତ୍ରିଲୋଚନ କୁମ୍ଭାର (ଟିକୁ), କ୍ରୀଡା ଶିକ୍ଷକ ୟୁସୁଫ କଳାପାହାଡ଼, ବିଶିଷ୍ଟ ଚିତ୍ରକର ମୁକୁନ୍ଦ ରେଡ୍ଡୀ ଅତିଥି ଭାବେ ଯୋଗଦେଇ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନୀ ତଥା ଦେଶଭକ୍ତି ଓ ଉତ୍ସର୍ଗୀକୃତ ଦେଶପ୍ରେମ ବିଷୟରେ ଆଲୋକପାତ କରିଥିଲେ। ସେହିପରି ଦେଶ ଓ ଜାତିର ଏକତା ତଥା ଅଖଣ୍ଡତା ରକ୍ଷା କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏକତା ଦିବସ ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାରତୀୟ ରାଷ୍ଟ୍ରୀୟ ପତାକା ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଦକ୍ଷ ସାହୁ ସଭା ପରିଚାଳନା କରିଥିବାବେଳେ ପ୍ରୀତିଶା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।


୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.