୪ର୍ଥ ବାଟାଲିୟନ ସିଆରପିଏଫ ପକ୍ଷରୁ ରାଷ୍ଟ୍ରିୟ ଏକତା ଦିବସରେ ଗଣଦୌଡ

ରାୟଗଡ,୩୧/୧୦ : ଲୌହ ମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ ରାୟଗଡ ସହରର ଇନ୍ଦିରା ନଗରସ୍ଥିତ କେନ୍ଦ୍ରୀୟ ରିର୍ଜବ ପୋଲିସ ସୁରକ୍ଷା ବଳ (ସିଆରପିଏଫ) ୪ର୍ଥ ବାଟାଲିୟନ ପକ୍ଷରୁ ରାଷ୍ଟ୍ରିୟ ଏକତା ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ସାଉଥ କୋ ବିଭାଗ କାର୍ଯ୍ୟାଳୟ ସମ୍ମୁଖରୁ ଜିସିଡି ପଡିଆ ପର୍ଯ୍ୟନ୍ତ ‘ଏକତା ପାଇଁ ଦୈାଡ’ ଏକ ଗଣଦୈାଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଗଣଦୈାଡରେ ଏନସିସି କମାଣ୍ଡଡେଂଟ, ଜିଲ୍ଳା ପ୍ରଶାସନ, ଜିଲ୍ଳା ପୋଲିସ, ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡେଟ୍, ମହିଳା ମହାବିଦ୍ୟାଳୟ ଓ ଜିସିଡି ହାଇସ୍କୁଲର ଛାତ୍ରଛାତ୍ରୀମାନ ଅଂଶଗ୍ରହଣ କରିଥିବା ବେଳେ ରାୟଗଡ ଏସବିଆଇ ମୁଖ୍ୟ ଶାଖା, ମହା ସଲିଡ ଏଚଡି ସୁପର ଷ୍ଟ୍ରଙ୍ଗ ସିମେଂଟ କମ୍ପାନୀ, ଓମ କଲେକ୍ସନ ଓ ଶ୍ରୀ ମୁକ୍ତେଶ୍ୱର ରିୟଲ ଏସେଷ୍ଟସ ଏହି ଗଣଦୈାଡ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ୪ର୍ଥ ବାଟାଲିୟନ ସିଆରିପଏଫ କମାଣ୍ଡଡେଂଟ ୟତେନ୍ଦ୍ର କୁମାର ରାଜପୁତ ଗଣଦୈାଡରେ ଅଂଶଗ୍ରହଣ କରିଥିବା ସମସ୍ତ ସିଆରପିଏଫ ଯବାନ, ଜିଲ୍ଳା ପୋଲିସ ଯବାନ, ସ୍କୁଲ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ରାଷ୍ଟ୍ରିୟ ଏକତା ବଜାୟ ରଖିବା ସହ ଭାଇଚାରାର ଏକ ସୁସ୍ଥ ସମାଜ ଗଠନ ଦିଗରେ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇ ଶପଥ ପାଠ କରାଇଥିଲେ ।

Udyog Nursery
Udyogi Nursery

ଏହି ଗଣଦୈାଡରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ., ବିଏସଏଫ କମାଣ୍ଡଡେଂଟ ଯୋଗେନ୍ଦ୍ର ଅଗ୍ରୱାଲ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ୪ର୍ଥ ବାଟାଲିୟନ ସିଆରପିଏଫ’ର ସେକେଣ୍ଡ-ଇନ-କମାଣ୍ଡଡେଂଟ ଶ୍ରୀମତି ମିତୁ ରଏ, ଡେପୁଟି କମାଣ୍ଡଡେଂଟ ଅଶୋକ ପିଏମ., ସନ୍ତୋଷ କୁମାର, ଡିଆଇଜିପି (ଟେକ ହେଡ୍ କ୍ୱାଟର ରାୟଗଡ)ର ଡେପୁଟି କମାଣ୍ଡଡେଂଟ ଏସ.କେ.ପୁରୋହିତଙ୍କ ସମେତ ଅନ୍ୟ ଅଧିକାରୀ ଓ ଯବାନମାନେ ଉପସ୍ଥିତ ରହିଥିବା ବେଳେ କମାଣ୍ଡଡେଂଟ ଶ୍ରୀ ରାଜପୁତ ରାଷ୍ଟ୍ରିୟ ଏକତା ଦିବସ ପାଳନର ମୂଳ ଉଦ୍ଦେଶ୍ୟ ଉପରେ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ଏହି ଅବସରରେ ସି/ସିଓୱାଇ ୪ର୍ଥ ବାଟାଲିୟନ ସିଆରପିଏଫ ସହ ହେଡକ୍ୱାଟର ଏବଂ ଇ/ସିଓୱାଇ ସହ ଜି/ସିଓୱାଇ ୪ର୍ଥ ବାଟାଲିୟନ ସିଆରପିଏଫ ଯବାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ସ୍ଥାନୀୟ ଜିସିିଡି ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ଦର୍ଶକ ଉପସ୍ଥିତ ରହିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.