ଲାଞ୍ଜିଗଡ ଏସଏସଡି ସ୍କୁଲରେ ଶିକ୍ଷକ ଅଭିଭାବକ ସମ୍ମିଳନୀ

ଲାଞ୍ଜିଗଡ,୧/୧୧ : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଲାଞ୍ଜିଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ନାରାୟଣ ନାଗଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଲାଞ୍ଜିଗଡ ସରପଞ୍ଚ ସୁଶ୍ରୀ ମଣି ମାଝୀ ଯୋଗଦେଇ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ସହ ଶିକ୍ଷକ ଓ ଅଭିଭାବକଙ୍କ କର୍ତ୍ତବ୍ୟ ସମନ୍ଧରେ ଆଲୋକପାତ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ ଡବ୍ଲୁଇଓ ପଙ୍କଜ ବଳିଆରସିଂ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ବଜ ପେସନିଆ, ବ୍ଲକ ଉପାଧ୍ୟକ୍ଷା ତୁଲସୀ ନାଏକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦୂର୍ଯ୍ୟୋଧନ ମାଝୀ, ସମିତିସଭ୍ୟ ପ୍ରଦୀପ ମାଝୀ, ଶିକ୍ଷାବିତ ଗୋପବନ୍ଧୁ ପୃଷ୍ଠି, ସମ୍ବାଦ ପ୍ରତିନିଧି କ୍ଷମାନିଧି ମହାକୁଡ, ଶିକ୍ଷା ସମ୍ବଳର କୋଚିଙ୍ଗ ପ୍ରୋଗାମର ଜଗବନ୍ଧୁ ମହାପାତ୍ର, ଶିକ୍ଷା ସମ୍ବଳ କୋର୍ଡିନେଟର ପ୍ରଦୋଷ କୁମାର ପୃଷ୍ଠି, ଶିକ୍ଷକ ବିରୁ ପ୍ରସାଦ ସାମନ୍ତରାୟ ପ୍ରମୂଖ ମଞ୍ଚାସୀନ ଥିଲେ । ଏଠାରେ ସୂଚନାଯୋଗ୍ୟଯେ, ଏହି ବିଦ୍ୟାଳୟରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀ ମାନେ ଅଧ୍ୟୟନ କରୁଥିବାବେଳେ ଦଶମ ପର୍ଯ୍ୟନ୍ତ ୬୬୮ ଜଣ ଛାତ୍ରଛାତ୍ରୀ ଅଛନ୍ତି । ଶିକ୍ଷା, କ୍ରିଡା ସହ ଶୈଖିକ କ୍ଷେତ୍ରରେ ଏହି ବିଦ୍ୟାଳୟର ଜଥେଷ୍ଠ ସୁନାମ ରହିଛି । ଏହି ସମ୍ମିଳନୀରେ ଉପସ୍ଥିତ ଥିବା ଅଭିଭାବକ ମାନଙ୍କ ସହ ବିଦ୍ୟାଳୟର ବିଭିନ୍ନ ଦିଗ ଉପରେ ବିଷଦ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା । ମିନକେତନ ସୁନା ମଞ୍ଚ ପରିଚାଳନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ବୃଷଧ୍ବଜ ମାଝୀ ।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.