ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ମାରିଲେ ଗ୍ରାମବାସୀ

କଳାହାଣ୍ଡି/କୋକସରା,୧/୧୧ : କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅନ୍ତର୍ଗତ ଫୁବପଗାଁ ପଂଚାୟତ ଗତାବନ୍ଧ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଆଜି (ଶୁକ୍ରବାର) ଗ୍ରାମବାସୀ ସ୍କୁଲରେ ତାଲା ପକେଇ ଆନ୍ଦୋଳନ କରିଛନ୍ତି। ସୁଚନା ଅନୁସାରେ, ଏହି ବିଦ୍ୟାଳୟରେ ଦିର୍ଘ ଦିନ ହେବ ଶିକ୍ଷକ ଅଭାବ ଲାଗିରହିଥିବା ବେଳେ ଗତକାଲି ଜଣେ ଶିକ୍ଷକ ଅବସର ନେବାପରେ ଜଣେ ଶିକ୍ଷକରେ ଶିକ୍ଷା ଦାନ ବିପର୍ଯ୍ୟୟ ହୋଇ ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ୬୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଜଣେ ମାତ୍ର ଶିକ୍ଷକ ରହିଥିବା ଯୋଗୁଁ ପୂର୍ବରୁ ଅଭିଭାବକ ମାନେ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନବାରୁ ସ୍କୁଲରେ ତାଲା ମାରି ଶିକ୍ଷକ ନିଯୁକ୍ତି ନହେବା ଯାଏ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଅଡିବସିଛନ୍ତି।

ଖବର ପାଇ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ସି.ଆର.ସି.ସି.) ବୈଦ୍ୟନାଥ ପାଟ୍ଟଯୋଶୀ ପହଞ୍ଚି ଆନ୍ଦୋଳନକାରି ଗ୍ରାମବାସୀ ଓ ଅଭିଭାବକଙ୍କୁ ବୁଝାସୁଝା କରି ଶିକ୍ଷକ ଯୋଗାଇଦେବା ପାଇଁ କହିଥିଲେ ହେଁ ଆନ୍ଦୋଳନକାରୀ ମାନେ ନିଜ ଜିଦିରେ ଅଟଳ ରହିଛନ୍ତି। ଆନ୍ଦୋଳନ ଯୋଗୁଁ ଛାତ୍ରଛାତ୍ରୀ ମାନେ ସ୍କୁଲ ବାରଣ୍ଡାରେ ପାଠ ପଢୁଥିବା ଦେଖିବାକୁ ମିଳିଛି । ଯେ ପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷକ ନିଯୁକ୍ତି ନହେବା ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଯାରିରହିଥିିବ ବୋଲି ଗ୍ରାମର ରଶିକଲାଲ ବେମାଲ, ଜୀବନଲାଲ ବେମାଲ, କୈବଲ୍ୟ ଘି, ପର୍ଶୁରାମ ପୁଝାରୀ, ଶ୍ୟାମସୁନ୍ଦର ଘି, ମଣ୍ଟୁ ସବର, ଶାନ୍ତିଲତା ଶବର, କ୍ଷିର ଶବର, ରାଏମଣି ଶବର, ଅମ୍ବିକା ଶବର, ସଞ୍ଜୁକ୍ତା ଶବର, ଲଲିତା ଶବର, ରିତା ଚନ୍ଦନ, ଲତା ଘି, ନିରୁ ଲହଜଲ ପ୍ରମୂଖ ଗ୍ରାମବାସୀ କହିଛନ୍ତି।

Report : Jagadish Chandra Naik & Hiranya Behera odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.