ବ୍ରେକିଂ ବାର୍ତ୍ତା: ମୁହାଁମୁହିଁ ବାଇକ୍ ଧକ୍କା; ୧ ମୃତ, ୨ ଗୁରୁତର

କୋକସରା/ଧର୍ମଗଡ,୧/୧୧: କଳାହାଣ୍ଡି ଜିଲ୍ଲା ମୋଟେର-ଜୟପାଟଣା ମୁଖ୍ୟ ରାସ୍ତା ଖଲିଆଭଟା ଛକରେ କିଛି ସମୟ ପୂର୍ବରୁ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି।

ଫଳରେ ଜଣେ ବାଇକ୍ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ବାଇକରେ ଥିବା ଦୁଇଜଣ ଭାଇଭଉଣୀ ଗୁରୁତର ଆହତ ହୋଇ ଜୁନାଗଡ ଡାକ୍ତରଖାନାରୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି।

ମୃତ ଯୁବକ ଜଣକ ହେଉଛନ୍ତି ଚାରବାହାଲ ପଞ୍ଚାୟତ ଘୁମେରଗୁଡା ଗ୍ରାମର କପୂର୍ଚ୍ଚନ ତାଣ୍ଡି (୨୪)। ଗୁରୁତର ଦୁଇଜଣ ହେଲେ ରଣମାଲ ଗ୍ରାମର ଘନଶ୍ୟାମ ପାତ୍ର ଓ ତାଙ୍କ ଭଉଣୀ ନନ୍ଦିନୀ ପାତ୍ର।

ପ୍ରାପ୍ତ ସୂଚନା ଅନୁସାରେ କପୂର୍ଚ୍ଚନ କୌଣସି କାମରେ ମୋତେଲଗୁଡା ଗ୍ରାମର ନିଜ ସମ୍ପର୍କୀୟଙ୍କ ଘରୁ ଫେରୁଥିବା ସମୟରେ ସାମ୍ନା ପଟୁ ଆସୁଥିବା ଅନ୍ୟ ଏକ ବାଇକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

ଘଟଣାସ୍ଥଳରେ ସେ ମୃତ୍ୟୁ ବରଣ କରିଥିବା ବେଳେ ଦୁର୍ଘଟଣାରେ ତାଙ୍କ ବାଇକ୍ ଦୁଇ ତୁକୁଡ଼ା ହୋଇଥିବା ଦେଖିବାକୁ ମିଳିଛି। ଘଟଣା ସଂପର୍କରେ ଖବର ପାଇ କୁଟ୍ରୁ ଫାଣ୍ଡି ପୋଲିସ ପହଂଚି ଶବ ଜବତ କରିବା ସହିତ ତଦନ୍ତ କରୁଥିବା ସୂଚନା ମିଳିଛି।

କୋକସରାରୁ ହିରଣ୍ୟ ବେହେରାଙ୍କ ସହ ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.