ବାଟବଣା ଏକକ ପରୀକ୍ଷା ଯୋଜନା : ଜେରକ୍ସ ପ୍ରଶ୍ନ ପତ୍ରରେ ଚାଲିଛି ପରୀକ୍ଷା

ସୋନପୁର, ୨/୧୧ : ରାଜ୍ୟ ଗଣଶିକ୍ଷା ବିଭାଗ ଚଳିତ ବର୍ଷ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଷାଡ୍ମାଷିକ ପରୀକ୍ଷା ପାଇଁ ଜିଲାସ୍ତରରେ ପ୍ରସ୍ତୁତ ହେଉଥିବା ପ୍ରଶ୍ନପତ୍ର ବ୍ୟବସ୍ଥାକୁ ବନ୍ଦ କରିବା ସହିତ ରାଜ୍ୟସ୍ତରରୁ ପ୍ରଶ୍ନପତ୍ର ପ୍ରସ୍ତୁତ କରି ପଠାଇବାର ବ୍ୟବସ୍ଥାକୁ ଆପଣାଇଛନ୍ତି । କିନ୍ତୁ ପରୀକ୍ଷା ପରିଚାଳନାରେ ବ୍ୟାପକ ତୃଟି ପରିଲକ୍ଷିତ ହୋଇଛି । ସୋନପୁରରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ଯୋଗାଇ ଦିଆଯାଇଥିବା ପ୍ରଶ୍ନପତ୍ରରେ ବ୍ୟାପକ ଅନିୟମିତତା ହୋଇଛି । କେଉଁଠି ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ପ୍ରଶ୍ନପତ୍ର କମ ପଠାଯାଇଛି ତ ଆଉ କେଉଁଠି କିଛି ବିଷୟର ପ୍ରଶ୍ନପତ୍ର ପହଞ୍ଚି ନାହିଁ । କିଛି ବିଦ୍ୟାଳୟରେ ଶିକ୍ଷକମାନେ ପ୍ରଶ୍ନପତ୍ର ପ୍ୟାକେଟ ଖୋଲିବା ପରେ ଉପରେ ଲେଖାଯାଇଥିବା ବିଷୟର ପ୍ରଶ୍ନପତ୍ର ବାହାରୁ ନଥିବା ଅଭିଯୋଗ କରିଛନ୍ତି । ପରୀକ୍ଷା ସମୟ ଆରମ୍ଭ ହୋଇ ସାରିଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଅନ୍ୟ ବିଦ୍ୟାଳୟରୁ ପ୍ରଶ୍ନପତ୍ର ସଂଗ୍ରହ କରି କଲାପଟାରେ ଲେଖି ପରୀକ୍ଷା କରାଇଥିଲେ । କେତେକ ସ୍ଥାନରେ ପ୍ରଶ୍ନପତ୍ର ଜେରକ୍ସ ମଧ୍ୟ କରାଇଥିବା ଜଣାପଡିଛି । ଏପରି ସ୍ଥିତିରେ ଅନେକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ପରିଚାଳନା ପାଇଁ ନାକେଦମ ହୋଇଛନ୍ତି । ଗୋଟିଏ ପଟେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷା ଅନ୍ତର୍ଭୁକ୍ତ କରାଯିବା ସହିତ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଔପଚାରିକତା ଭାବରେ ଗ୍ରହଣ କରାଯାଇଥାଏ । ଅନ୍ୟପଟେ ପ୍ରଶ୍ନତ୍ର ପ୍ରସ୍ତୁତିରେ କଟକଣା ଜାରି କରାଯିବା ସହ ଜିଲାର କ୍ଷମତା କାଟି ରାଜ୍ୟ ସ୍ତରରୁ ପ୍ରଶ୍ନତ୍ର ପ୍ରସ୍ତୁତି ଓ ଜିଲା ଗୁଡିକୁ ପ୍ରେରଣ ପଛରେ ରହିଥିବା ଉଚ୍ଚସ୍ତରର ଅଧିକାରୀ ମାନଙ୍କ ଅଭିସନ୍ଧି ନେଇ ଅଭିଭାବକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଛାତ୍ରଛାତ୍ରିଙ୍କ ଭବିଷ୍ୟତକୁ ନେଇ ସରକାର କେତେ ଚିନ୍ତିତ ଓ ଶିକ୍ଷା ମନ୍ତ୍ରୀଙ୍କ ପାରିବା ପଣିଆକୁ ନେଇ ବେଶ ଚର୍ଚ୍ଚା ହେବାସହ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥ୍ରିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Omkar Vasthu
Omkar Vasthu
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

——————————————————-

Pearl dental clinic
Near Ashish Medical Store, Bhawanipatna

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.