ବିଧବା ମହିଳାଙ୍କ କରୁଣ କାହାଣୀ

କଳାହାଣ୍ଡି,୨/୧୧: କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ ଅନ୍ତର୍ଗତ ଅକାତରା ଗ୍ରାମରେ ଦେଖିବାକୁ ମିଳିଛି ଜଣେ ବିଧବା ମହିଳାଙ୍କ ବେଦନାସିକ୍ତ ଜୀବନର କଥା। ସ୍ବର୍ଗତ ଦ୍ରୁତ ଭୋଇଙ୍କ ଧର୍ମପତ୍ନୀ ଶ୍ରୀୟା ଭୋଇ (୩୨) ତିନିବର୍ଷ ହେଲା ସ୍ୱାମୀଙ୍କୁ ହରାଇ ଦୁଃଖରେ ଜୀବନ କାଟୁଛନ୍ତି। ନିଜର ୪ବର୍ଷର ଶିଶୁକନ୍ୟାର ସାହା ହେବାକୁ ଆଉ କେହି ନାହାନ୍ତି। ଗୁଜୁରାଣ ମେଣ୍ଟାଇବାକୁ ଛୋଟ ଝିଅକୁ କାଖରେ ଧରି ବାଧ୍ୟ ହୋଇ କୁଲି ମଜୁରୀ କରନ୍ତି। ତଥାପି ଦୁଇ ଓଳି ଖାଇବା ପାଇଁ ଅସମର୍ଥ ହେବାସହ ସଂଘର୍ଷ ଜାରି ରଖିଛନ୍ତି। ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ହଜି ଯାଏ ନିଦ। କାରଣ ସାନ୍ଦୁଲ ନଦୀର ପାଣି ପଶି ଆସେ ଘର ଭିତରକୁ। ବନ୍ୟା ସମୟରେ ଦେବଦୂତ ସାଜି ଅକାତରାର ଶିକ୍ଷିତ ଯୁବକମାନେ ସାହାଯ୍ୟ କରନ୍ତି। ପ୍ରତେକ ବର୍ଷ ବନ୍ୟାଞ୍ଚଳ ପରିଦର୍ଶନ କରନ୍ତି ସରକାରୀ କର୍ମଚାରୀଙ୍କ ଠାରୁ ରାଜନେତା, କିନ୍ତୁ କାହାରି ଦୃଷ୍ଟି ପଡ଼ୁନଥିବା ଦେଖାଯାଇଛି। ପେଟ ଚାଖଣ୍ଡେ ପାଇଁ ସଂଗ୍ରାମ ଜାରି ରଖିଛନ୍ତି ଶ୍ରୀୟା। ତେବେ ତାଙ୍କୁ ଆବାସ ଯୋଜନାରୁ ଘର ଖଣ୍ଡେ ମିଳିପାରି ନାହିଁ କି କୌଣସି ସୁବିଧା ମିଳିନାହିଁ। ଏହି ପରି ଅନେକ ସମସ୍ୟାରେ ପେଶି ହୋଇଯାଇଛି ଶ୍ରୀୟା ଭୋଇଙ୍କ ଜୀବନ। ତେବେ ଗଣମାଧ୍ୟମରେ ଶ୍ରୀୟାଙ୍କ ଖବର ପାଇଲା ପରେ ମିଳିଛି ସହାୟତାର ହାତ। ତାଙ୍କ ପାଖରେ ପହଞ୍ଚିଛନ୍ତି କର୍ଲାମୁଣ୍ଡା ତହସିଲଦାର ସର୍ବେଶ୍ୱର ଜାଲ ଓ ଜୋରାଡବରା ରାଜସ୍ବ ନିରୀକ୍ଷକା। ସେଠାରେ ପହଁଚି ଖୁବ ଶୀଘ୍ର ସରକାରୀ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.