ଗଳ୍ପ : ଦୁଷ୍ଟ ବାଳକ

🖋ରାଜେଶ କୁମାର ବାରିକ

ବିଦ୍ୟାଳୟ ଗୋଟେ ଏମିତି ଏକ ମନ୍ଦିର ଯେଉଁଠି କି ସବୁ ଧର୍ମ,ସବୁ ଯାତି ଓ ବର୍ଣ୍ଣର ପିଲା ର୍ନଦୋନ୍ଦରେ ଆସିଥାନ୍ତି। ଆଉ ଏଇ ମନ୍ଦିରରୁ ଜ୍ଞାନ ଆହୋରଣ କରି କିଏ ଦେଶ ଗଢିବାରେ ଲାଗିଛି ତ ଆଉ କିଏ ସନ୍ତ୍ରାସବାଦ ହୋଇ ହିଂସା ର କଳାବାଦଲ ହୋଇ ଗ୍ରାସିବାରେ ଲାଗିଛି ସମଗ୍ର ମାନବ ଜାତିକୁ । ସିଧା କଥାରେ କହିବାକୁ ଗଲେ ମଣିଷ ଭଲ କିମ୍ବା ଖରାପ ହେବାକୁ ହେଲେ ମଧ୍ୟ ବିଦ୍ୟାଳୟ ଆସିବାକୁ ପଡେ ।

ସେଦିନ ଥାଏ ୨୦୦୯ ମସିହା ଏପ୍ରିଲ୍ରର ଅନ୍ତିମ ଅପରାହ୍ନ। ଧିରେ ଧିରେ ବୈଶାଖର ତାତି ବଢୁଥାଏ ଆଉ ତା’ସହ କୃଷ୍ଣଚୂଡାର ନାଲି ନାଲି ରଙ୍ଗ ସତେ ଯେମିତି ଖେତେଇ ହେଉଥାଏ । ଦେହରେ ତାତି କୁ ମନରେ ତାତି, ଜୀବନରେ ଚାଲିଛି କଣ? କିଛି ବୁଝା ପଡୁନଥାଏ ନା ଓଠ ରେ ହସ ନା ଘରକୁ ଜିବାର ଖୁସି । ଉପସ୍ତିତ ଥିବା ସବୁ ପିଲା ଙ୍କର କଣ୍ଠ ବାଷ୍ପରୋଳ ହୋଇ ଯାଉଥାଏ । ଭାବି ପାରୁନଥାନ୍ତି କଣ ସବୁ କରିବା।

ହଠାତ୍ ହରିହର ସାର ହାତରେ ଖଣ୍ଡେ ବାଡିଧରି ରୁମ୍ ଭିତରକୁ ପସିଆସିଲେ ଆଉ କହିଲେ ସମସ୍ତେ ନିଜେ ନିଜର ଜିନିଷ ପତ୍ର ବ୍ୟାଗ୍ ରେ ଭରିଦିଅ ଗାଡି ଆସିବା ଟାଇମ୍ ହୋଇଗଲାଣି । ଠିକ୍ ସେ ଭରିବ କେହି କାହାରି ଜିନିଷ ଯେମିତି ନ ନିଅ । ମୁନା ତୋତେ ସ୍ପେସିଆଲି । ସବୁବେଳେ ମଳୟ ତୋ ନାଆଁ ରେ କମ୍ପଲେନ୍ ଆଣୁଛି । ଆଉ ତୋ ସାଙ୍ଗ ଲିପୁ , ଅମର ଗଲା କୁଆଡେ ?

ପ୍ରେମାଂଶୁ ବ୍ୟାଗ୍ ରେ ଲୁଗା ରଖୁ ରଖୁ କହିଲା ସାର୍ ଅମର ଆଉ ଲିପୁ ଆରପାଖ ରୁମରେ ବସି କାନ୍ଦୁଛନ୍ତି। ମୁନା ହସିବାକୁ ଆରମ୍ଭ କରିଥିଲା କିନ୍ତୁ ସମସ୍ତଙ୍କ ନୀରବତା ଦେଖି ସେବି ଚୁପ ରହିଗଲା ।( କାହିଁକି ନା ଅମର,ଲିପୁ କାନ୍ଦିବାର କାରଣ ନିଜେ ପରିକ୍ଷା ସାରି ରୁମ୍ କୁ ଆସିବା ବାଟରେ ଧାଡି ଭାଙ୍ଗି ଅଂଗୁର ଆଣିବାକୁ ପଠାଇଥିଲା ତାର ପରିଣତି ଯଦୁନ୍ ସାରଙ୍କ ଠାରୁ ମାଡ । ) ସାର୍ କିନ୍ତୁ ନୀରବରେ ରହିଗଲେ କିଛି କହିଲେ ନାହିଁ।

ଅମର,ଲିପୁ ଆଉ ମୁନା ତିନି ଜଣକର କ୍ୟାମେଷ୍ଟ୍ରି ଅଭଣା ସ୍କୁଲ୍ ରେ ସମସ୍ତଙ୍କୁ ଜଣା। ସବୁବେଳେ ସିନା ଝଗଡା କରନ୍ତି କିନ୍ତୁ କେହି କାହାରିକୁ ଛାଡି ଗୋଟାଏ ମୁହୂର୍ତ୍ତ ବି ରହିପାରନ୍ତି ନାହିଁ।

ସବୁଦିନ ସ୍କୁଲ୍ ରେ ଟାଇମ୍ ରେ ପହଞ୍ଚି ଯାନ୍ତି ସିନା କ୍ଲାସ୍ ରେ କିନ୍ତୁ ହୋମ୍ଓ୍ବାର୍କ କେବେବି କରିନଥାନ୍ତି। ଯଦି କେବେ କେହି ମାଡ ଡରରେ ହୋମ୍ଓ୍ବାର୍କ କରିଛି ନା ସେଦିନ ତାର ଅବସ୍ତା ଖରାପ କରି ଦିଅନ୍ତି ଅନ୍ୟ ଦୁଇ ଜଣ। ଲିପୁ ବାପାଙ୍କ ପାଖରେ ବାହାନା କରି ପଇସା ଆଣେ , ଅମର ଛୁଟି ନେବାର ପ୍ରଗରାମ ବନାଏ ଆଉ ମୁନା ସାରଙ୍କ ପାଖରେ ମାଡ ଖାଇବା ପାଇଁ ଛିଡା ହୋଇଯାଏ। ସବୁ ଠାରୁ ବଡକଥା ହେଲା ପ୍ରଗସି ରିପୋଟ୍ ନିଜେ ନିଜେ ବାପାଙ୍କ ନାମ ଲେଖି ସାରଙ୍କୁ ଦେବାର କଳା ସ୍କୁଲ୍ ରେ ଏଇମାନେ ଆରମ୍ଭ କରିଥିଲେ ।

ଜଣା ପଡିଲା ନି କେତେବେଳେ ଏତେ ଗୁଡାକ ସମୟ କେମିତି ଏତେ ସହଜରେ ସରିଗଲା। କ୍ଲାସ୍ ରୁ କ୍ଲାସ ଗୋଟିଏ ପରେ ଗୋଟିଏ ପାହାଚ ଚଢୁ ଚଢୁ ଶେଷ ରେ ଦଶମ ଶ୍ରେଣୀର ଶେଷ ପରିକ୍ଷା ବି ସରିଗଲା କିଛିବି ଜଣାପଡିଲା ନାହିଁ। ମନରେ ଅବଶୋଷ ଗୋଟିଏ କେବେବି ସମସ୍ତେ ସାଙ୍ଗ ହୋଇ ସ୍କୁଲ୍ ଯାଇ ପାରିବା ନାହିଁ , ଦୁଃଖ ତ ଏଇଥି ପାଇଁ । ସମସ୍ତଙ୍କ ଆଖି ଛଳଛଳ ହୋଇଥିଲା । କଣ ହେଲା କେଜାଣି ଅମର ଆଉ ଲିପୁ କୁ ଧରି ମୁନା କାନ୍ଦିବାରେ ଲାଗିଲା । କାହିଁକି ନା ସେ ବୁଝି ପାରିଥିଲା ଏଇ ପରିକ୍ଷା ର କ୍ୟାମ୍ପ ଛାଡିବା ପରେ କେବେ ବି ଆଉ ମିଶିପାରିବା ନାହିଁ।

ସଂଜ ନଇଁବାରେ ଲାଗୁଥାଏ । କ୍ୟାମ୍ପ ପାଖ ଚୁଲିର ନିଆଁ ସତେଜ୍ ଥାଏ। ଗାଡି ଆସି ଲାଗିଲା। କ୍ୟାମ୍ପ ଛାଡିବାକୁ ଇଚ୍ଛା ନଥିଲେ ବି ସେଦିନ ପରୀକ୍ଷାର କ୍ୟାମ୍ପ ଛାଡିଥିଲେ ମୁନା,ଅମର,ଲିପୁ ଆରମ୍ଭ ଅନ୍ୟମାନେ । ଆଉ ଏତିକିରେ ସରିଥିଲା ସ୍କୁଲ୍ ଜୀବନ ।

ଦେବେନ୍ଦ୍ର ପୁର, ଅଭଣା, ବାଲେଶ୍ବର
ମୋ: 9998622336

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.