ଦିମୁଣ୍ଡି ଗ୍ରାମବାସୀଙ୍କ ବିସ୍ଥାପିତ ଦାବିକୁ ନେଇ ଗ୍ରାମବାସୀ –ପୋଲିସ ମୁହାଁମୁହଁ

ଉତ୍କଳ ଆଲୁମିନାରେ ସପ୍ତାହେ ପାଇଁ ୧୪୪ଧାରା ଜାରି 

ରାୟଗଡ,୨/୧୧ : ବିସ୍ଥାପିତ କରିବାକୁ ଦିମୁଣ୍ଠି ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବି । ତେବେ ଉତ୍କଳ ଆଲୁମିନା କମ୍ପାନୀ ହାତରେ ନାହିଁ କ୍ଷମତା । ସରକାର କରୁନାହାନ୍ତି ବିଚାର । ଦାବି ପୁରଣ ପାଇଁ ଧାରଣାରେ ବସି ଥିବା ସମୟରେ ଏଥିରୁ ଓହରିବା ପାଇଁ ପୋଲିସର ତାଗିଦ ପରେ ମଧ୍ୟ ଆନ୍ଦୋଳନକାରୀ ଗ୍ରାମବାସୀମାନେ ନ ଶୁଣିବାରୁ ଗତ ଶୁକ୍ରବାର ବିଳମ୍ବିତ ରାତ୍ରରେ ପୋଲିସ ସହ ଧସ୍ତାଧସ୍ତି ଏବଂ ପୋଲିସ ଉପରକୁ ପଥର ଫୋଫାଡିବା ଘଟଣାରେ ୧୪ଜଣ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଦୋରାଗୁଡା ପୋଲିସ । ଏମାନଙ୍କ ବିରୋଧରେ ଦୋରାଗୁଡା ଥାନାରେ କେସ ନମ୍ବର ୮୧, ୮୨ ଓ ୮୩/୨୦୧୯ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଂଚଳରେ ୧୪୪ଧାରା ଗତ ୧ତାରିଖ ଠାରୁ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ବଳବତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଘଟଣାସ୍ଥଳରେ ଜିଲ୍ଳା ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିବା ବେଳେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଳା କାଶିପୁର ବ୍ଳକର ଦୋରାଗୁଡା ଠାରେ ଥିବା ଆଦିତ୍ୟ ବିରଲା ଗ୍ରୁପର ଉତ୍କଳ ଆଲୁମିନା କମ୍ପାନୀରେ । ଏହି କମ୍ପାନୀକୁ ଲାଗି ରହିଛି ଦ୍ୱିମୁଣ୍ଡି ଗ୍ରାମ । ଉତ୍କଳ ଆଲୁମିନା କମ୍ପାନୀର ନିଷ୍ପାସିତ ବିଭିନ୍ନ ଗ୍ୟାସ ତଥା ଦ୍ରବ୍ୟମାନ ଦିମୁ୍ଣ୍ଡି ଗ୍ରାମର ପରିବେଶକୁ ବିଶେଷ ଭାବରେ କୁପ୍ରଭାବ ପକାଉଛି ଫଳରେ ଏଠାର ଜଳ ଏବଂ ବାୟୁ ଦୂଷିତ ହେବାରେ ଲାଗିଛି ଏବଂ ଏଠି ଜୀବନ ବଂଚିବାରେ ପ୍ରତିକୂଳ ପ୍ରଭାବ ପକାଉଛି । ଯଦ୍ୱାରା ଏଠାର ସବୁଜମୟ ପରିବେଶ ଧୂଳିଧୂସର ପାଲଟି ଗଲାଣି । ଦୂଷିତ ବାୟୁ ଯୋଗୁଁ ଦିମୁଣ୍ଡି ଗ୍ରାମବାସୀ ବିଭିନ୍ନ ଶ୍ୱାସଜନୀତ ଓ ଚର୍ମଜୀନତ ରୋଗରେ ପୀଡିତ ହୋଇଥିବା ବେଳେ ଅଧିକାଂଶ ଏହି ରୋଗରେ ମୃତ୍ୟୁବରଣ କରି ସାରିଲେଣି । ତେବେ ଗ୍ରାମବାସୀ ବ୍ୟବହାର କରୁଥିବା ଶ୍ମଶାନ ଓ ଶୈାଚ ପାଇଁ ବ୍ୟବହାର ହେଉଥିବା ପୋଖରୀ, ଜଳାଶୟ ଇତ୍ୟାଦିକୁ କମ୍ପାନୀ ନିଜ ଅକ୍ତିଆରରେ ନେଇ ସେଠାରେ ମଧ୍ୟ କାରଖାନା ପ୍ରତିଷ୍ଠା କରିଥିବା ବେଳେ ଗୃହପାଳିତ ପଶୁମାନଙ୍କ ପାଇଁ ଉଦ୍ଧିଷ୍ଟ ଗୋଚର ଜମିକୁ ମଧ୍ୟ ଛଡେଇ ନେଇଥିବା ଅଭିଯୋଗ କରିଛନ୍ତି । ଏପରିକି ସରକାରଙ୍କ ଠାରୁ ଅନୁମତି ଆଣି କମ୍ପାନୀ ତାର ଦ୍ୱିତୀୟ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିସାରିଲାଣି ଯାହାକି ଉକ୍ତ ଗ୍ରାମବାସୀଙ୍କ ପାଇଁ ଅନ୍ୟ ଏକ ବିଷାକ୍ତ ପରିବେଶ ସୃଷ୍ଟି କରିଛି । ଆଗାମୀ ଦିନରେ ଦିମୁଣ୍ଡି ଗ୍ରାମର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ପୋକମାଛି ଭଳି ମୃତ୍ୟୁ କରିବେ ବୋଲି ମଧ୍ୟ ଉଲ୍ଳେଖ ରହିଥିବା ବେଳେ ବିଗତ ୨୦୧୨ ମସିହାରେ କରାଯାଇଥିବା ଚୁକ୍ତିରେ ସିଧାସଳଖ ଭାବେ ପ୍ରଦୁଷଣ ହେଲେ ଗ୍ରାମକୁ ବିସ୍ଥାପିତ କରାଯିବ ବୋଲି ଉଲ୍ଳେଖ ରହିଥିଲେ ସୁଦ୍ଧା ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି କମ୍ପାନୀ ଏବଂ ଯଥାଶୀଘ୍ର ଏହି ଗ୍ରାମବାସୀଙ୍କୁ ବିସ୍ଥାପିତ ନ କରାଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଗ୍ରାମବାସୀମାନେ ଦାବି କରିଆସୁଥିଲେ ।

ଗତ ଶୁକ୍ରବାର ସକାଳ ଠାରୁ ରୋଡମିଲ ସମ୍ମୁଖରେ ଦିମୁଣ୍ଡି ଗ୍ରାମବାସୀମାନେ ଧାରଣାରେ ବସିଥିଲେ । ଏ ନେଇ କାରଖାନା କର୍ତୁପକ୍ଷଙ୍କ ଅଭିଯୋଗ କ୍ରମେ ପୋଲିସ ଓ ଜିଲ୍ଳା ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିଥିଲେ । ତେବେ ଆନ୍ଦୋଳନକାରୀ ଧାରଣା ପ୍ରତ୍ୟାହାର କରିବାକୁ କହିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆନ୍ଦୋଳନକାରୀମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଗ୍ରାମବାସୀମାନେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ଉପରେ ପଥର ଫୋଫାଡିବା ଆରମ୍ଭ କରିଥିବାରୁ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା । ପରିସ୍ଥିତ ଅଣାୟତ ହେବାରୁ ଘଟଣାସ୍ଥଳରେ ୧୪୪ଧାରା ଜାରି କରାଯାଇଥିବା ଜଣାପଡିଛି । ତେବେ ଏ ନେଇ କମ୍ପାନୀ କର୍ତୁପକ୍ଷଙ୍କ ଠାରୁ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.