ରାୟଗଡ ଡିଏଫଓ ଦେବାର୍ଚ୍ଚନ ବେହରାଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ରାୟଗଡ,୨/୧୧ : ରାୟଗଡ ବନଖଣ୍ଡର ଖଣ୍ଡୀୟ ବନ ଅଧିକାରୀ (ଡିଏଫଓ) ଦେବାର୍ଚ୍ଚନ ବେହେରାଙ୍କ ନାମରେ ସମ୍ବେଦନଶୀଳ ଓ ଗୁରୁତର ଅଭିଯୋଗ ଆସି ଥିବାରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ବନ ବିଭାଗ ଦ୍ୱାରା ହେଉଥିବା ନିର୍ମାଣ କାର୍ଯ୍ୟ ଏବଂ ସରକାରୀ ବାସଗୃହର ରକ୍ଷାଣବେକ୍ଷଣ, ବାଉଁଶ କଟେଜର କାର୍ଯ୍ୟ ସହ ଷ୍ଟୋର ସାମଗ୍ରୀ କିଣିବାରେ ଦୁର୍ନୀତି କରିଥିବା ଅଭିଯୋଗ ସହ କାର୍ଯ୍ୟସ୍ଥଳରେ ମହିଳା କର୍ମଚାରୀଙ୍କୁ ଯୈାନ ନିର୍ଯ୍ୟାତନା ଭଳି ଗୁରୁତର ଅଭିଯୋଗ ଯାହାକି ସମାଜରେ ଏକ କୁପ୍ରଭାବ ପକାଉଥିବା ସହ ସରକାରୀ ମହିଳା କର୍ମଚାରୀଙ୍କୁ କର୍ମସ୍ଥଳରେ ଯୈାନ ଉତ୍ପୀଡନା ଦେବା ମହିଳା ସୁରକ୍ଷା ନିୟମ, ୨୦୧୩କୁ ଖୋଲାଖୋଲି ଭାବେ ଉଂଲଘନ କରୁଥିବା ସହ ଆହୁରି ଗୁରୁତର ଅଭିଯୋଗଗୁଡିକର ତଦନ୍ତ ଚାଲିଥିବାରୁ ରାୟଗଡ ବନଖଣ୍ଡର ଖଣ୍ଡୀୟ ବନ ଅଧିକାରୀ (ଡିଏଫଓ) ଦେବାର୍ଚ୍ଚନ ବେହେରାଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ବନ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜଙ୍ଗଲ ଓ ପରିବେଶ ବିଭାଗ ପାଖରେ ଡିଏଫଓ ଶ୍ରୀ ବେହେରାଙ୍କ ନାମରେ ବହୁ ସାଂଘାତିକ ଅଭିଯୋଗଗୁଡିକ ରହିଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଥିବା ବେଳେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଭାବେ ନିଲମ୍ବନ କରିଥିବା ଜଣାପଡିଛି । ତେବେ ରାୟଗଡ ଜିଲ୍ଳାରେ ସେ ଦୀର୍ଘ ଅଢେଇ ବର୍ଷ ଧରି ଡିଏଫଓ ଭାବେ କାର୍ଯ୍ୟରତ ରହିଥିବା ବେଳେ କୈାଣସି ଅଭିଯୋଗ ବିଭାଗ ପକ୍ଷରୁ ଶୁଣିବାକୁ ମିଳି ନ ଥିବା ବେଳେ ସେ ଏହା ପୂର୍ବରୁ ସୋନପୁର ଡିଭିଜନରେ ଡିଏଫଓ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ସମୟରେ ଏହି ସବୁ ଅଭିଯୋଗ ହୋଇଥାଇ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ରାୟଗଡ ଜିଲ୍ଳାରେ ଡିଏଫଓ ଦେବାର୍ଚ୍ଚନ ବେହେରାଙ୍କ ଅଢେଇ ବର୍ଷ ଚାକିରି କାଳରେ ବନୀକରଣ, ଚାରା ଉତ୍ପାଦନ,ବବନପାଳ ଓ ବନରକ୍ଷୀମାନଙ୍କ ବାସଗୃହ ନିର୍ମାଣ ଆଦି ଉନ୍ନୟନମୂଳକ କାର୍ଯ୍ୟ ହୋଇଥିବା ବେଳେ ଏଠାରେ କୈାଣସି ଅଭିଯୋଗ ତାଙ୍କ ବିରୋଧରେ ଆସି ନ ଥିବା ଜଣାପଡିଛି । ତେବେ ରାଜ୍ୟ ସରକାରଙ୍କ ତରଫରୁ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ଡିଏଫଓ ଦେବାର୍ଚ୍ଚନ ବେହେରାଙ୍କ ଠାରୁ କୈାଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Udyog Nursery
Udyogi Nursery
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

 

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.