ଆମ ପୋଲିସ ସମିତି ବୈଠକ

କଳାହାଣ୍ଡି,୨/୧୧(ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଥାନା ପକ୍ଷରୁ ଶନିବାର ପୋଲିସ ସମିତି ବୈଠକ ଅନୁଷ୍ଠିତ ହେଇଯାଇଛି । ମ.ରାମପୁର ଥାନାଧିକାରୀ ଉତ୍ତମ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆମ ପୋଲିିସ ସମିତିର ସଦସ୍ୟମାନେ ଉପସ୍ଥିତ ରହି ମ.ରାମପୁରରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ମ.ରାମପୁରରେ ଚାଲିଥିବା ସଟ୍ଟା, ମଦ, ଗଂଜେଇ ସହିତ ଟ୍ରାଫିକ ସମସ୍ୟା ଉପରେ ଗୁରୁତ୍ୱ ଦେବାକୁ ସଦସ୍ୟମାନେ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସଆଇ ଜୟଶଙ୍କର ଆଚାର୍ଯ୍ୟ, ବିନୀତା ଟପ୍ପୋ, ଏଏସଆଇ କ୍ଷୀରସିନ୍ଧୁ ମାଝୀ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ସମିତି ତରଫରୁ ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ, ସମିତିସଭ୍ୟ କବି ନାଗ, ମଦନପୁର ସରପଂଚ ରାଜେଶ ଧଙ୍ଗଡ଼ାମାଝୀ, ଯୁବନେତା ଶରତଚନ୍ଦ୍ର ପୁଝାରୀ,ବପୂର୍ବତନ ସରପଂଚ ବିଭୂତି ଭୂଷଣ ମହାଖୁଡ଼, କିଶୋରଚନ୍ଦ୍ର ପ୍ରହରାଜ, ବରିଷ୍ଠ ନାଗରିକ ଚମରା ବଗର୍ତ୍ତୀ, ଲଳିତ ମହାଲିକ, ଦାଶରଥି ଧଙ୍ଗଡ଼ାମାଝୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.